ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୨୧ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କେବଳ ଏକ ବ୍ୟାୟମ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର… Continue reading ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ରବିବାରଠାରୁ ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରିବେ। ସୂତ୍ର ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ପବିତ୍ର ତ୍ରିବେଣୀ ସଙ୍ଗମରେ ଭୟଭୀତ ହୋଇ ବୁଡ଼ ପକାଇବେ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ଏହା ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କାର୍ୟ୍ୟକ୍ରମ ମଧ୍ୟରୁ ଗୋଟିଏ। ଏହି ବିଶେଷ ଅବସରକୁ ଧାର୍ମିକ ପ୍ରଗତି ଏବଂ ପାପରୁ ମୁକ୍ତିର… Continue reading ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଖମାର ହଳଦୀ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଗ୍ରାମସଭା

ଧର୍ମଗଡ ୧୪/୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ବଦଳିବ ଗାଁ ର ଚିତ୍ର । ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ନେଇ ଗୋଷ୍ଠୀ ଉନ୍ନୟନ ଓ ଶିକ୍ଷା, ସବୁ କ୍ଷେତ୍ର ପ୍ରତି ଦିଆଯିବ ଗୁରୁତ୍ବ। ସାମାଜିକ ଜୀବନ ସହ ଆର୍ଥିକ ସ୍ଥିତି ହେବ ଉନ୍ନତ । ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମହତ୍ବାକାଂକ୍ଷୀ ଯୋଜନା  ବିକଶିତ ଗାଁ ବିକଶିତ ଓଡ଼ିଶା । ଏହି ପରୀପ୍ରେକ୍ଷୀରେ ଆଜି ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ… Continue reading ଖମାର ହଳଦୀ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ନିମନ୍ତେ ଗ୍ରାମସଭା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ

Adivasi festival inaugurated by cm mohan charan majhi

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ 5 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି… Continue reading ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ

ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତି ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ… Continue reading ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

You cannot copy content of this page