ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ଗ୍ରାମ ସଫେଇ ଅଭିଯାନ

ଓଡିଶ: ଢେଙ୍କାନାଳ ଜିଲ୍ଲା ଓଡିଶ ଗ୍ରାମ ପଞ୍ଚାୟତରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗାଁ ଦାଣ୍ଡ, ରାସ୍ତା, ଗ୍ରାମର ସମସ୍ତ ଦେବାଦେବୀମାନଙ୍କ ମନ୍ଦିର ପରିସର ଓ ତାହାର ଚାରିପାଖ ସଫେଇ କରାଯାଇଛି। ହାତରେ ଝାଡୁ, କୋଦାଳ ଓ ଝୁଡି ଧରି ଯୁବକମାନେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବକମାନେ ଯୋଗଦାନ କରିଥିଲେ ।

ଏହି ସଫେଇ କାମକୁ ଲୋକମାନେ ପ୍ରଶଂସା କରିଛନ୍ତି । ‘ଆମ ପରିବେଶ ଆମ ହାତରେ… ମିଳିମିଶି ଆମେ ଏକ ହୋଇବା, ଆମ ଗାଁକୁ ଆମେ ସଫା ରଖିବା’ ନାରା ଦେଇ ଗ୍ରାମର ଆରାଧ୍ୟାଦେବୀ ମା’ ତାରିଣୀଙ୍କ ପୀଠରୁ ଯୁବକମାନେ ସଫେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ଆଗକୁ ଏଭଳି ଅଭିଯାନ ବାରମ୍ବାର କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣା । ସଫେଇ କାର୍ଯ୍ଯକ୍ରମରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀମାନେ ହେଲେ ସତ୍ୟବାଦୀ ରଣା, ବବୁଲ ବେହେରା, ଆଲୋକ ସେଠୀ, ବିକ୍ରମ ରଣା, ରଂଜିତ ସାହୁ, ରଂଜନ ସେଠୀ, କମଳ ସେଠୀ, ମଳୟ ସେଠୀ, ବିଜୟ ସେଠୀ, ଲୁଲୁ ସେଠୀ, ସୌଭାଗ୍ୟ ସେନାପତି, ବୁଲୁ ବେହେରା, ଭାଗବତ ସେଠୀ, ବଳରାମ ସେନାପତି, ସୂର୍ଯ୍ୟପ୍ରକାଶ ସେନାପତି, ଶ୍ରୀଜିତ ସେନାପତି, ଲିଙ୍ଗରାଜ ସେଠୀ, ସିଲୁ ସେଠୀ, ଶ୍ରୀକାନ୍ତ ସେଠୀ । ରବିବାର ଆୟୋଜିତ ସଫେଇ କାର୍ଯ୍ୟକ୍ରମକୁ ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣା ନେତୃତ୍ୱ ନେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page