ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ଓ ମୁଗୁପୁର ସମାଚାର ପକ୍ଷରୁ “ବିଶ୍ୱ ମାତୃଭାଷା ଦିବସ’ ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଓ ୱେବ ଗଣମାଧ୍ୟମ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ “ଓ ମାସିକ ଖବରକାଗଜ “ମୁଗୁପୁର ସମାଚାରର ମିଳିତ ସହଯୋଗରେ ସ୍ଥାନୀୟ ଖାରବେଳନଗର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ “ବିଶ୍ୱ ମାତୃଭାଷା ଦିବସ -2026 ଟ୍ରଷ୍ଟର ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟ ଓ ମୁଗୁପୁର ସମାଚାରର ସମ୍ପାଦକ ମଦନ ମୋହନ ପାଢ଼ୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ

କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖ୍ୟଅତିଥି ଭାବେ ଆଇ, ଏମ, ଏସ ଓ ସମ ହସ୍ପିଟାଲର ପୂର୍ବତନ ଡିନ ଭାଷାପ୍ରାଣ ଡାକ୍ତର ଗଙ୍ଗାଧର ସାହୁ, ସଭାପତି ଭାବେ ମୁଗୁପୁର ସମାଚାର କାର୍ଯ୍ୟକାରୀ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ଉତ୍କଳ ବୁଲେଟିନର ସହ ସମ୍ପାଦକ ପ୍ରିୟବ୍ରତ ବାରିକ ଉପସ୍ଥିତ ରହିବା ସହ ମାତୃଭାଷାର ବ୍ୟାପକ ପ୍ରଚାର, ପ୍ରସାର, ସୁରକ୍ଷା ପ୍ରତି ସାଧାରଣ ନାଗରିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଉଦଘାଟକ ଶ୍ରୀଯୁକ୍ତ କାନୁନଗୋ ଆମ ମାତୃଭାଷା ମହାନ, ସ୍ୱତନ୍ତ୍ର ଓ ଏହାକୁ ଅଧ୍ୟୟନ କରିବା ସହିତ ଆଜିର ଯୁବପୀଢ଼ି ତତ୍ପର ହେବା ଆବଶ୍ୟକ l ମୁଖ୍ୟଅତିଥି ଡାକ୍ତର ସାହୁ ମତବ୍ୟକ୍ତ କରିକହିଥିଲେ ଆମ ମାତୃଭାଷାର ସୁରକ୍ଷା ପାଇଁ ସମସ୍ତେ ତୃଣମୂଳ ସ୍ତରରୁ ଆଗେଇ ଆସନ୍ତୁ l କେବଳ କାଗଜ କଲମରେ ମାତୃଭାଷା କାର୍ଯ୍ୟକ୍ରମ ସୀମିତ ନରଖି ସରକାର, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ନିଷ୍ଠା ଓ ଆନ୍ତରିକତା ରହିଲେ ଆମ ଭାଷା ବଞ୍ଚିପାରିବ l ଏହି ଅବସରରେ କଳା, ସଂସ୍କୃତି ଓ ମାତୃଭାଷା ପାଇଁ ଦାସକାଠିଆ ଗାୟକ ପ୍ରଫୁଲ୍ଲ ନାହାକ, ଫୋଟୋ ସାମ୍ବାଦିକତା ପାଇଁ ବିଭୁତି ସାହୁ ଓ ସମାଜସେବା ପାଇଁ ଏମ ଶ୍ରୀନିବାସନଙ୍କୁ ଉତ୍ତରୀୟ, ମାନପତ୍ର ସହିତ ଅତିଥି ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I ମାତୃଭାଷା ପ୍ରତିଯୋଗିତାରେ ସଫଳ ହୋଇଥିବା କିଛି ବିଦ୍ୟାର୍ଥୀଙ୍କୁ ଖାତା, ପେନ ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I ଅତିଥି ପରିଚୟ ଓ ସଂଯୋଜନା ସାହିତ୍ୟିକା ସରୋଜିନୀ ମିଶ୍ର ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ରମେଶ କୁମାର ମହାପାତ୍ର l କାର୍ଯ୍ୟକ୍ରମକୁ ସମାଜସେବୀ ନାରାୟଣ ଖୁଣ୍ଟିଆ, ପ୍ରଜ୍ଞା ପଟନାୟକ, ପୂର୍ଣ୍ଣିମା ବାହାଦୁର ଓ ଶିବମ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page