ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ

ଭୁବନ: ରାଜ୍ୟରେ ବୁଧବାର ଶିଶୁ ବାଟିକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଗ୍ରାମ ପଂଚାୟତର ସରପଂଚ ମୋହନ ମହାନ୍ତ, ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା, ସତ୍ୟବାଦୀ ରଣା, ଭରତ ସେନାପତି ସହ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୂଚାରୂ ରୂପେ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷକ ପ୍ରତାପ ସାହୁ। ଏହି ଖଡିଛୁଆଁ କାର୍ଯ୍ୟକ୍ରମ ୪

ଦିନ ଧରି ଚାଲିବ। ନୂଆ କରି ନାମ ଲେଖୁଥିବା ପିଲାଙ୍କ ମଥାରେ ଫୁଲ ଓ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ପକାଇ ନୃତ୍ୟ, ବାଦ୍ୟ ଓ ଗୀତରେ ସ୍ୱାଗତ କରାଯାଇଛି। ସିଲଟରେ ତିନୋଟି ଗୋଲ କରି ଶିକ୍ଷକମାନେ ପିଲାଙ୍କ ବିଦ୍ୟାରମ୍ଭ କରିଛନ୍ତି। ପିଲାମାନେ ଶକ୍ଷକଙ୍କୁ ମୁଣ୍ଡିଆମାରି ସାରିବା ପରେ ବିଦ୍ୟାଳୟର ସବୁ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସମେତ ଅତିଥିମାନେ ଯୋଗଦେଇଛନ୍ତି। ସେମାନଙ୍କ ପାଇଁ ବିଦ୍ୟାଳୟଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page