ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀଙ୍କ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ଉପରେ ବିଷଦ

ଆଲୋଚନା କରିବା ସହିତ, ଉଦ୍ୟୋଗଙ୍କ ଆର୍ଥିକ ସମସ୍ୟା, ଆଇନଗତ ସମସ୍ୟା ସହ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ lଯୁବ ଉଦ୍ୟୋଗୀ ମାନେ ଚାକିରୀ ପଛରେ ନ ଗୋଡ଼ାଇ ନିଜ ଉଦ୍ୟମ ରେ ଉଦ୍ୟୋଗ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ l ସମର୍ପିତ ସହିତ କାର୍ଯ୍ୟକଲେ ରାଜ୍ୟ ତଥା ରାଷ୍ଟ୍ରର ବିକଶିତ ଚିନ୍ତାଧାରା କାର୍ଯ୍ୟକ୍ରମକୁ ନୂତନ ରାସ୍ତା ଦେଖାଇ ପାରିବେ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିବା ଦକ୍ଷ ସଭାପତି, ସମାଜସେବୀକା ଡ଼ ସୁନିତ ମୁଣ୍ଡ, ମତବ୍ୟକ୍ତ କରିବା ସହ ଆଧ୍ୟାତ୍ମିକତା, ଶୃଙ୍ଖଳିତ ଜୀବନ ସହିତ ଯୋଗାସନ କରିବା ଓ ନିୟମିତ ସୁସ୍ଥ ରହିଲେ ସଫଳ ଉଦ୍ୟୋଗୀ ହେବା ସହିତ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l ପ୍ରାସଙ୍ଗିକତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସଫଳ ଉଦ୍ୟୋଗୀ ଏ, ବି ପଟନାୟକ ଦୃଢ ନିଶ୍ଚୟ, ସଂକଳ୍ପ ସହିତ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ସୁଯୋଗ ଦେବାକୁ ଆହ୍ୱାନ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀକାନ୍ତ ବିଶ୍ୱାଳ ଉଦ୍ୟୋଗର ବିଭିନ୍ନ ଦିଗ ସମ୍ପର୍କ ରେ ଆଲୋକ ପାତ କରିଥିଲେ l କାର୍ଯ୍ୟକ୍ରମକୁ ଉଦ୍ୟୋଗୀ ନୀଳୟକାନ୍ତ ନାୟକ, ସିଇଓ ବିଜୟ ସାହୁ, ଅମୀୟ ମିଶ୍ର, ସୀତାଂଶୁ ଶେଖର ମହାରଣା, ମନୋରଞ୍ଜନ ବାରିକ ପ୍ରମୁଖ ପରିଚାଳନା କରିଥିଲେ l ବରିଷ୍ଠ ଉଦ୍ୟୋଗୀ ବି,ପି ସିଂଙ୍କ ସମେତ ପ୍ରଶାନ୍ତ ସାମନ୍ତରାୟ, ସତ୍ୟଜିତ ପରିଜା, ବିଜୟ କୁମାର ସାହଙ୍କୁ ସମ୍ମାନିତ କରାଯାଇଥିଲା l