ଟି-୨୦ କ୍ରିକେଟ ବିଶ୍ୱକପ୍‌ ଜୁଆଡ଼ି ରାକେଟର ପର୍ଦ୍ଦାଫାଶ

୬ ଗିରଫ, ୩୦.୬୫ ଲକ୍ଷ ଜବତ
ରାଉରକେଲା: ସମ୍ପ୍ରତି ଜାରି ରହିଥିବା ଟି-୨୦ କ୍ରିକେଟ୍ ବିଶ୍ୱକପ୍ ଅବସରରେ ଅବୈଧ ସଟ୍ଟାବାଜି ସମ୍ପର୍କରେ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ରାଉରକେଲା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏକ ବଡ ସଫଳତା ପାଇଛି। ଓଡ଼ିଶା ପୁଲିସ ପକ୍ଷରୁ ସମଗ୍ର ରାଜ୍ୟରେ ଏବେ ଜାରି ରହିଛି ଅପରେସନ ସାଇବର କବଚ। ଏହି କ୍ରମରେ ରାଉରକେଲା ପୁଲିସ ପକ୍ଷରୁ ବହୁସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଅଭିଯାନରେ ଏକ ସଂଗଠିତ ଅବୈଧ ବେଟିଂ ରାକେଟ ଠାବ କରାଯାଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କ ଠାରୁ ୩୦ ଲକ୍ଷ ୬୫ ହଜାର ଟଙ୍କା ସହିତ ଏକ ମହିନ୍ଦ୍ରା ଥାର ଚାରିଚକିଆ ଗାଡ଼ି, ଦାମୀ ମୋବାଇଲ୍ ଫୋନ୍ ଓ ଦୁଇଟି ଲ୍ୟାପଟପ୍ ଜବତ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ “ସିଲଭର ଏକ୍ସଚେଞ୍ଜ” ନାମକ ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ବେଟିଂ ଆଇଡି ବଣ୍ଟନ କରି ଅନଲାଇନ୍ ଓ ଅଫଲାଇନ୍ ଜରିଆରେ ଅବୈଧ ସଟ୍ଟାବାଜି ଜାରି ରଖିଥିଲେ। ଅଧିକ ଲାଭର ପ୍ରଲୋଭନ ଦେଇ ସାଧାରଣ ଲୋକଙ୍କୁ ଏଥିରେ ସଂପୃକ୍ତ କରାଇ ସେମାନଙ୍କୁ ଠକି ଆସୁଥିଲେ। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ରାକେଟର ଜାଲ କେବଳ ରାଉରକେଲା କିମ୍ବା ଓଡ଼ିଶାରେ ସୀମିତ ନଥିଲା ବରଂ ଏହା ଅନ୍ୟ ରାଜ୍ୟକୁ ମଧ୍ୟ ଲମ୍ବିଥିଲା। ଏନେଇ ରାଉରକେଲା ଏସପି ନୀତେଶ ୱାଧୱାନୀ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇ ତଦନ୍ତ କୁ ଆହୁରି ବ୍ୟାପକ କରାଯାଇଛି ଏବଂ ଅନ୍ୟ ଯେଉଁମାନେ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି ସମସ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। Report: Pratap, Rourkela

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page