ଡ୍ରେନେଜ୍ ସମସ୍ୟା; ଅସୁବିଧା ସାଲେପାଲି ଅଞ୍ଚଳରବାସୀ

ବଲାଙ୍ଗୀର : ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ସର୍କିଟ ହାଉସ ରୋଡ ତଥା ସାଲେପାଲିରୁ ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାରେ (୧୮ ନମ୍ଵର୍ ୱାର୍ଡ) ଡ୍ରେନ୍ ପାଣି ବର୍ତ୍ତମାନ ରାସ୍ତାରେ ବୋହୁ ଥିବା ଯୋଗୁଁ ଏକ ଅସ୍ଵାସ୍ଥ୍ୟକର କର ପରିବେଶ ସ୍ରୁଷ୍ଟି ହେଉଛି l ଏହା ଦ୍ଵାରା ଏହି ରାସ୍ତା ଉପରେ ନିର୍ଭରଶୀଳ ଲୋକଙ୍କୁ ଅନେକ ହଇରାଣର ସମ୍ମୁଖୀନ ହେବାକୁ ପଡୁଛି l ବଲାଙ୍ଗୀର ପି.ଡବ୍ଲ୍ୟୁ.ଡି ବିଭାଗ ତରଫରୁ ଏଠାରେ ଡ୍ରେନ୍ ନିର୍ମାଣ ହୋଇଛି ସତ କିନ୍ତୁ ଡ୍ରେନ୍ ଉପରେ ଅତ୍ୟଧିକ ମୋଟା ସିମେଣ୍ଟ ସ୍ଲାଭ୍ ଦେଇଥିବା ଯୋଗୁଁ ଆବଶ୍ୟକ ସ୍ଥଳେ ଠିକ୍ ଭାବରେ ନାଳ ସଫା ହୋଇପାରୁ ନାହିଁ l ଆହୁରି ମଧ୍ୟ ସଚେତନତାର ଅଭାବ ଯୋଗୁଁ ଡ୍ରେନ୍ ଭିତରେ କୁଢକୁଢ ଅଳିଆ ଆବର୍ଜନା ପଡି ଡ୍ରେନ୍ ଅବରୋଧ ସହିତ ଡ୍ରେନ୍ ର ମଇଳା ପାଣି ରାସ୍ତାରେ ବୋହୁଥିବା ଦେଖାଯାଉଛି l ଲେପାଲି ରେ ରାମଳୀଳା ହେଉଥିବା ସ୍ଥାନରେ ମଧ୍ଯ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ଯସ୍ତ ହୋଇ ପଡିଥିବା ଜଣାପଡିଛି l ଅନେକ ସମୟରେ ଜେସିପି ମେସିନ୍ ଆସି ସ୍ଲାଭ୍ କାଢି ଡ୍ରେନ୍ ସଫା କଲା ବେଳେ ସ୍ଲାଭ୍ ଭାଙ୍ଗି ଯିବା ବା ସହ ମୁଖ୍ୟ ରାସ୍ତା ସବୁ ଖରାପ ହୋଇଯାଉଛି l ଏ ନେଇ ପଡାବାସୀ ଅନେକ ଥର ବଲାଙ୍ଗିର ମୁନିସିପାଲିଟି କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ଯ ଏ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରି ନାହାଁନ୍ତି l ସରକାର ଲୋକଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନ୍ ଓ ରାସ୍ତା ନିର୍ମାଣ କରୁଛନ୍ତି କିନ୍ତୁ ସଚେତନତା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହା ଲୋକଙ୍କ କୌଣସି କାମରେ ଆସି ପାରୁନାହିଁ l ଆଗକୁ ବର୍ଷା ଋତୁ l ଏବେ ଠାରୁ ସାଲେପାଲି ଅଞ୍ଚଳରେ ଡ୍ରେନେଜ୍ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରା ନଗଲେ ଆଗକୁ ପରିସ୍ଥିତି ଆହୁରି ଖରାପ ହେବ ବୋଲି ଜନମତ ପ୍ରକାଶ ପାଇଛି l ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page