ନକଲି ମଦ ଓ ପ୍ରସ୍ତୁତି ସାମଗ୍ରୀ ସହ ତିନି ବିହାରି ଯୁବକ ଗିରଫ
କଳାହାଣ୍ଡି,୨|୩(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗତ ସହରରେ ବହୁ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀ ର ଠିପି,ଷ୍ଟିକର ଜବତ ହୋଇଛି । ଏହି ମାମଲା ରେ ତିନି ଜଣ ଙ୍କୁ ଗିରଫ କରିଛି ଧର୍ମଗଡ ଅବକାରୀ ବିଭାଗ ଗିରଫ କରିଛି |ଗିରଫ ବ୍ୟକ୍ତି ମାନେ ବିହାର ରାଜ୍ୟ ର ବୋଲି ଜଣା ପଢିଛି ।ତେବେ ଏମାନେ ଧର୍ମଗଡ ଜଗନ୍ନାଥପଡା ରେ ଏକ ଭଡା ଘରେ ରହି ନକଲି ମଦ ତିଆରି କରି ଠିପି ବନ୍ଦ ମଦ ଦୋକାନ ସହିତ ବିଭିନ୍ନ ଅଞ୍ଚଳ ରେ ମଦ ସପ୍ଲାଏ କରୁଥିଲେ।କୌଣସି ସୂତ୍ରରୁ ଖବର ପାଇଁ ଆଜି(ସୋମବାର )ଧର୍ମଗଡ ଅବକାରୀ ବିଭାଗ ଚଢ଼ାଉ କରି ୩୫ ଲିଟର ନକଲି ମଦ, ବିଭିନ୍ନ କମ୍ପାନୀ ର ଷ୍ଟିକର, ଖାଲି ବୋତଲ, ଠିପି ଆଦି ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିବା ଧର୍ମଗଡ ଅବକାରୀ ଇନ୍ସପେକ୍ଟର ଅରୁଣ ଯୋଶୀ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଧର୍ମଗଡ଼ ସହରରେ ନକଲି ମଦ ପ୍ରସ୍ତୁତି କାରଖାନା ଠାବ ହୋଇଥିବାରୁ ଏହା କାହା ଇସାରା ରେ ଚାଲୁଥୁଲା ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
