ନେଜାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବୀର ସୁରେନ୍ଦ୍ର ସାଏ ପରିଷଦ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନେଜାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜୟନ୍ତୀ ସ୍ଥାନୀୟ ପ୍ରତମୂର୍ତ୍ତିସ୍ଥଳଠାରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସଭାପତିତ୍ୱ ତଥା ମୁଖ୍ୟ ବକ୍ତା ଭାବେ ମତବ୍ୟକ୍ତ କରିଥିଲେ ଯେ, ନେତାଜୀ ସୁଭଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଥିଲେ ଭାରତବର୍ଷର ସର୍ବକାଳୀନ ବୀରତ୍ୱ, ଦେଶପ୍ରେମ, ସଂଗ୍ରାମୀ ସହିତ ଅବିସ୍ମରଣୀୟ ବ୍ୟକ୍ତିତ୍ୱର ଅଧିକାରୀ। ଏହି ଦୁଇ ମହାନ୍ ବ୍ୟକ୍ତିତ୍ୱଙ୍କ ଦେଶପ୍ରେମ, ନିଷ୍ଠା, ଆତ୍ମ ବଳିଦାନର ପଟ୍ଟାନ୍ତର ନାହିଁ। ନେତାଜୀଙ୍କ ସ୍ଲୋଗାନ, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଥିଲା ଅମର ବକ୍ତବ୍ୟ। ସେହିପରି ବୀର ସୁରେନ୍ଦ୍ର ସାଏ ପୃଥିବୀ ଇତିହାସରେ ଏଭଳି ଜଣେ ବ୍ୟକ୍ତି ଯିଏକି ୪୬ ବର୍ଷ ଧରି ଜେଲ୍‌ରେ ରହିଥିଲେ। ଅନ୍ୟତମ ଅତିଥିମାଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗରପାଳିକା ସୁଲୋଚନା ଦାସ, ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜେପି ନେତା ତଥା ସାରସ୍ୱତ ପ୍ରାଣ ଗୋଲକ ଚନ୍ଦ୍ର ମହାପାତ୍ର, ପୂଜ୍ୟପୂଜା ପ୍ରାଣ ଦିଲ୍ଲୀପ ଦାସଶର୍ମା, ମନୋରଞ୍ଜନ ମହାନ୍ତି, ଅରବିନ୍ଦ ତ୍ରିପାଠୀ, ସଞ୍ଜୟ ପରିଡ଼ା, ଲକ୍ଷ୍ମୀଧର ବେହେରା, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବୀର ସୁରେନ୍ଦ୍ର ସାଏଙ୍କ ଏକ ଭବ୍ୟ ଓ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ରାଜଧାନୀରେ ପ୍ରତିଷ୍ଠା ହେଉ ବୋଲି ପ୍ରଦ୍ୟୁମ୍ନ ଶତପଥି ପ୍ରସ୍ତାବ ରଖିଥିଲେ। ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ ସୁଶାନ୍ତ ରାଉତ କହିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସଂଗଠନ, ପୂଜ୍ୟପୂଜା ପ୍ରାଣ ଯୋଗଦେବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page