ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

କଳାହାଣ୍ଡି, ୨୪/୦୧(ପ୍ୟାରିଲାଲ ଦୁର୍ଗା): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ଗୁରୁଜୀ ନୃପରାଜ ଭୁଏ, ଉଦ୍ଧବ

କରୁଆଁ ଅଭିଭାଷଣ ପ୍ରଦାନ କରିଥିଲେ । ଶିଶୁ ଭାଇ ଅମିତ୍ କୁମାର ବିଶ୍ଵାଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପୀୟୂଷ ବେହେରା ମଞ୍ଚ ପରିଚାଳନା କରିଥିଲେ। ଭାଇ ଇକ୍ଷ୍ବାକୁ ସ୍ଥିତପ୍ରଜ୍ଞ ଦାସ ନେତାଜୀ ସୁବାଷ ବୋଷଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଗୁରୁମା ସୁଲୋଚନା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ପୂର୍ବ ଛାତ୍ରମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇ ଥିଲା । ଉକ୍ତ କାର୍ଯ୍ଯକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା ସହଯୋଗ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page