ପହଲଗ୍ରାମରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର: ଦୁଃଖଦ ଘଟଣା ଘଟିଯାଇଥିବା କାଶ୍ମୀର ପହଲଗ୍ରାମରେ । ଆତଙ୍କୀମାନେ ହିନ୍ଦୁଙ୍କୁ ପଚାରି ପଚାରି ହତ୍ୟା କରି ମାରିଦେଲେ। ଏହାକୁ ଘୋର ନିନ୍ଦା କରାଯିବା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି। ତେବେ ଏହାକୁ ନେଇ ଭାରତ ସରକାର ମଧ୍ୟ ତା’ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେବେ ଆତଙ୍କୀ ବନ୍ଧୁକ ମୂନରେ ମୃତ୍ୟୁବରଣ କରିଥିବା ନୀରିହ ଜନସାଧାରଣଙ୍କ ଆମାôର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ କୁରୁଣ୍ଟା

ପଂଚାୟତ ଅନ୍ତର୍ଗତ ମିରିପୁର ଖଇରା ଗ୍ରାମରେ ମଧ୍ୟ ମୃତ୍ୟୁବରଣ କରିଥିବା ନିରିହ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୀପଦାନ କରିଥିବା ଦେଖିବାକୁ ମିଳିଛି। ଏଥିରେ ଅକ୍ଷୟ କୁମାର ବାରିକି, ପର୍ଶୁରାମ ସେଠି, ଦୀପକ ବାରିକି, ରଞ୍ଜନ ପତ୍ରି, ବାସୁଦେବ ବାରିକି, ବଳରାମ ନାୟକ, ଚନ୍ଦନ ପତ୍ରି, ଗଗନ ସେଠି, ଶ୍ରୀକାନ୍ତ ମଣ୍ଡଳ, ଚିନ୍ମୟ ବାରିକି, କାନ୍ହା ଲେଙ୍କା, ବିକାଶ ଲେଙ୍କା, ଧୃତି ସୁଦ୍ଧା ବାରିକି ପ୍ରମୁଖ ସହଯୋଗ କରିଥିବା ଦେଖିବାକୁ ମିଳିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page