ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ସଫେଇ କାର୍ଯ୍ୟ ଅନୁଷ୍ଠିତ


ଭୂବନ, (ବିମଳ କୁମାର ରଣାଙ୍କ ରିପୋର୍ଟ): ରାମ ନବମୀରେ ଓଡ଼ିଶ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀବିଗ୍ରହ ଆନୁଷ୍ଠାନିକ ଭାବେ ପ୍ରତିଷ୍ଟା କରାଯିବାର ଜଣାପଡିଛି। ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହୋଇ ଏହାକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ଯାଉଛନ୍ତି। ଗ୍ରାମରେ ପ୍ରଭୁ ରାମଙ୍କ ପ୍ରତିମୂର୍ତିଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଣାଯାଇଥିବା ଦେଖିିବାକୁ ମିଳିଥିବାବେଳେ ସମସ୍ତ ଗ୍ରାମବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରାଙ୍ଗଣ ଓ ପାଶ୍ୱର୍ରେ ରହିଥିବା ଆଖପାଖ ସ୍ଥାନ ଅନ୍ୟ ମନ୍ଦିର ପ୍ରାଙ୍ଗଣ ଓ ମା’ ଚର୍ଚ୍ଚିକା ପୀଠ ପାର୍କକୁ ସ୍ଥାନୀୟ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ସଂପୂର୍ଣ୍ଣ ଭାବେ ସଫେଇ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି।

ସବୁ କାର୍ଯ୍ୟରେ ପ୍ରଥମେ ସ୍ୱଚ୍ଛତାକୁ ଗୁୁରୁତ୍ୱ ଦିଆଯାଉ ବୋଲି ଏକ ବାର୍ତା ମଧ୍ୟ ଦେଇଛନ୍ତି ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣା। ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା ସ୍ୱଚ୍ଛତାକୁ ସବୁବେଳେ ଗୁରୁତ୍ୱ ଦେଉଥିବାବେଳେ ଏହି ସଫେଇ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଅନ୍ୟ ସ୍ୱେଚ୍ଛାସେବୀମାନେ ମଧ୍ୟ ସମାନ କାର୍ଯ୍ୟ କରି ନିଜର ଶ୍ରମଦାନ କରିଥିବା ଦେଖିବାକୁ ମିଳିଥିଲା। ସେବା ହିଁ ପରମ ଧର୍ମକୁ ପାଥେୟ କରି ଯୁବ ସ୍ୱେଚ୍ଛାସେବୀମାନେ ଏହି ସେବା କାର୍ଯ୍ୟରେ ଅଂଶ ଗ୍ରହଣ କରିଚାଲିଛନ୍ତି। ଏହି କାର୍ଯ୍ୟରେ ଟ୍ରଷ୍ଟର ସ୍ୱେଚ୍ଛାସେବୀ ବିମଳ କୁମାର ରଣା, ସତ୍ୟବାଦୀ ରଣା, ବିକ୍ରମ ରଣା, ପଂଚାନନ ସେନାପତି, ରଂଜନ ସେଠୀ, ବଳରାମ ସେନାପତି, ଶ୍ରୀଜୀତ୍ ସେନାପତି, ବୁଲୁ ବେହେରା, ବିଷ୍ଣୁ ସେଠୀ, ମାନସ ବେହେରା, ବଂଟି ସେଠୀ, ବବୁଲୁ ବେହେରା ଏବଂ ଶତ୍ରୁଘ୍ନ ମହାନ୍ତ ପ୍ରମୁଖ ।


ସୂଚନାଅନୁସାରେ ମହାପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା କରିବାର ମୁଖ୍ୟ ତଥା ପ୍ରତିଷ୍ଠାତା ମିଲନ ମହାନ୍ତି ଏହାର ଆୟୋଜନ କରୁଥିବାବେଳେ ଗ୍ରାମବାସୀମାନେ ସଂପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡିଛି। ମିଲନ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୪ ତାରିଖରୁ ଆରମ୍ଭ ହୋଇ ପ୍ରାୟ ୪ଦିନ ଧରି ଚାଲୁ ରହିବ। ପୂଜା ପାଠ, ପ୍ରସାଦ ସେବନ ପରି ବ୍ୟବସ୍ଥା ହୋଇଥିବା କହିଛନ୍ତି ପ୍ରତିଷ୍ଠାତା ମିଲନ ମହାନ୍ତି। ପ୍ରଭୁଙ୍କ ଶ୍ରୀବିଗ୍ରହ ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ମାଧ୍ୟମରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇପାରିବା ସହ ଗ୍ରାମବାସୀଙ୍କ ମନରେ ଏକତା ବଜାୟ ରହିପାରିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି। ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଗ୍ରାମର ସରଂପଚ ମୋହନ ମହାନ୍ତ ଖୁସିବ୍ୟକ୍ତ କରିବା ସହ ଏହା ଆମ ଅଂଚଳରେ ପ୍ରଥମ ରାମ ମନ୍ଦିର ବୋଲି କହିଛନ୍ତି। ସମସ୍ତେ ଏହି ଉତ୍ସବରେ ଏକତ୍ରିତ ହୋଇ ପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରନ୍ତୁ ବୋଲି କହିଛନ୍ତି। ଏହି ଅବସରରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମା’ ଚର୍ଚ୍ଚିକା ପାର୍କର ସଫେଇକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଭଳି ଯୁବସମାଜ ସେବା କାର୍ଯ୍ୟ ତଥା ନିଜ ନିଜ ଗ୍ରାମର ଉନ୍ନତି ଓ ସେବା କାର୍ଯ୍ୟ କରିଲେ ସମାଜ ପାଇଁ ଏକ ଉଦାରଣ ସୃଷ୍ଟି ହେବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page