ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ପ୍ରାଚୀନ ଓଡ଼ିଆ ସାହିତ ରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ୍ କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆଲୋଚକ ଭାବେ ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ଓ ସମୀକ୍ଷକ ଭାବେ ସାହିତ୍ୟିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଯୋଗଦେଇ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଉପରେ ଆଲୋକପାତ କରି ପ୍ରାଚୀନ ଓଡ଼ିଆ ସାହିତ୍ୟର କାବ୍ୟ,କବିତା, ନାଟକ,ଗଳ୍ପ ଓ ଉପନ୍ୟାସ ଆଦି ସକଳ ବିଭାଗ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଦର୍ଶନ ଆଧାରିତ ବୋଲି ମତ ବ୍ୟକ୍ତ କରିଥିଲେ। ସାରଳାକୃତ ଓଡ଼ିଆ ମହାଭାରତ ଏବଂ ଜଗନ୍ନାଥ ଦାସଙ୍କ ଭାଗବତ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ବୋଲି ମତାମତ ପ୍ରକାଶ ପାଇଥିଲା। ଏହି ଅବସରରେ ଯୁକ୍ତ ତିନି ସମ୍ମାନ ଶ୍ରେଣୀର ଛାତ୍ରୀ ଶାନ୍ତିଲତା ସେନ୍ ଓ ଧରିତ୍ରୀ ମୁଦୁଲି ଏ ସମ୍ପର୍କିତ ସେମାନଙ୍କ ପ୍ରସ୍ତୁତ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ପରିଶେଷରେ ଛାତ୍ରୀ ଶୁଭଶ୍ରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
ଚିଲିକା: ଦିଲ୍ଲୀପ କୁମାର ଶତପଥୀ