ବରିଷ୍ଠ ସମାଜସେବୀ ଶିଶିର କୁମାର ବାରିକଙ୍କ ବିୟୋଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ବତନ ବରିଷ୍ଠ ଅଧିକାରୀ, ସମାଜସେବୀ ଶିଶିର କୁମାର ବାରିକଙ୍କ ୬୩ ବର୍ଷ ବୟସରେ ବିୟୋଗ ଘଟିଛି । ସ୍ୱର୍ଗତ ବାରିକ ଜଣେ ସରଳ, ନିଷ୍ଠାପର, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଦୀର୍ଘମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ନିଜ ଗ୍ରାମ ଭୁବନ, ଅନଳ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଅନ୍ତିମ ସମୟରେ ସାମ୍ବାଦିକ ତଥା ତାଙ୍କ ପୁତ୍ର ପ୍ରିୟ ରଞ୍ଜନ ବାରିକଙ୍କ ସହିତ ବନ୍ଧୁ ବାନ୍ଧବ, ଆତ୍ମୀୟ ସୋଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page