ଭବାନୀପାଟଣା, ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ମହକୁମା କୁଟ୍ରୁଖମାର ଗ୍ରାମ ପଞ୍ଚାୟତରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଭାରମ୍ଭ କରାଯାଇଥିଲା । ଏହି ପୋଷଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥିବ ଖଡିକର, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ ମଞ୍ଜୁର ଅଲ୍ଲୀ ଖାଁ, ସହ ଶିକ୍ଷକ ବସନ୍ତ କୁମାର ମିଶ୍ର, ଦିଲୀପ କୁମାର ଜେଠି, ସନ୍ଧ୍ୟାରାଣି ପଣ୍ଡା, ବିରେନ୍ଦ୍ର କୁମାର ନାଏକ, ପ୍ରତାପ କୁମାର ରଥ ଓ ପିଟି ଶିକ୍ଷକ ସୁବାସ ନାଗ ସହ ବିଦ୍ୟାଳୟର ସମସ୍ତ ସହକର୍ମୀ ଉପସ୍ଥିତ ରହି ଆଜିର ଉତ୍କଳ ଦିବସ ପାଳନରେ ସହଯୋଗ କରିବା ସହିତ, ମୁଖ୍ୟମନ୍ତ୍ରୀ ପୋଷଣ ଦିବସ ଯୋଜନାର ଶୁଭାରମ୍ଭ ରେ ସହଯୋଗ କରି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପୋଷଣ ଯୁକ୍ତ ଖାଦ୍ୟ ବଣ୍ଟନ କରାଗଲା । ଏହି ପରିପେକ୍ଷୀରେ ଆମର ଯେଉଁ ନୂତନ ସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ନବମ ଓ ଦଶମ ଶ୍ରେଣୀ ଛାତ୍ରଛତ୍ରୀମାନଙ୍କୁ ମଧ୍ୟାନ ଭୋଜନ ର ଶୁଭାରମ୍ଭ କଲୁ ଆଉ ସରକାରଙ୍କ ନିର୍ଦ୍ଦେଶ ମତେ ଆମେ ସପ୍ତାହକୁ ୩ ଦିନ ଗୋଟିଏ ଲେଖା ଅଣ୍ଡା ଦେବା ଏବଂ ସପ୍ତାହକୁ ୩ ଦିନ ଗୋଟିଏ ଲେଖା ପୁଷ୍ଠିକର ଯୁକ୍ତ ମାଣ୍ଡିଆ ଲଡ୍ଡୁ ଦେବା ପାଇଁ ସ୍ଥିରରହିଛି। ଏବଂ ଆମେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟାନ ଭୋଜନର ବ୍ୟବସ୍ଥା କରିଥାଉ ଆଉ ନବମ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ସରକାର ଯୋଉ ମଧ୍ୟାନ ଭୋଜନର ବ୍ୟବସ୍ଥା କଲେ ସେଥି ପାଇଁ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଅଛନ୍ତି ତତ ସଂଗେ ସଂଗେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁତ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଶେଷରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପାର୍ଥିବ ଖଡ଼ିକର ସମସ୍ତ ସହ ଶିକ୍ଷକ, ବିଦ୍ୟାଳୟ ଉନ୍ନୟନ କମିଟିର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ଭବାନୀପାଟଣା ଜଗନ୍ନାଥ ନାଏକ