ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”

ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ମହିଳାମାନଙ୍କ ପାଇଁ ଓ ଅବହେଳିତ, ଅସହାୟ, ନରିକ୍ଷର ତଥା ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ପାଇଁ କିଛି କରିବାକୁ ନିଜର ସୌଭାଗ୍ୟ ମନେ କରନ୍ତି। ଦୀର୍ଘ ୨୫ବର୍ଷ ଧରି ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଆସୁଛନ୍ତି। ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକା, ସମାଜସେବିକା ସମିତା ମହାରଣା ଖୋର୍ଦ୍ଧା ଜିଲା୍ଲ ବୋଲଗଡ଼ର ମୂଳବାସିିନ୍ଦା ହେଲେ ବି ଏକମାତ୍ର ପୁତ୍ର ର ପାଠପଢ଼ା ପାଇଁ ଭୁବନେଶ୍ୱରରେ ଅବସା୍ଥନ କରନ୍ତି। ଗାନ୍ଧୀ ଅନୁଷ୍ଠାନରୁ ଶିକ୍ଷା ଲାଭ ପରେ ମହାମାରୀ ବାତ୍ୟାରେ ପୀଡ଼ିତ ବ୍ୟକ୍ତି ବିଶେଷଙ୍କ ପାଖକୁ ଯାଇ ସାହାଯ୍ୟ ସହଯୋଗ କରିବା, ଭାଷା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିବା, ପରିବେଶ ପାଇ ଁ ବୃକ୍ଷରୋପଣ ସହିତ, ସଚେତନତା କାର୍ଯ୍ୟକ୍ରମ, ଖୋର୍ଦ୍ଧା ତଥା ଭିନ୍ନ ଭିନ୍ନ ଜିଲା୍ଲରେ ମହିଳାଙ୍କ ସ୍ୱାକ୍ଷର କରାଇବା, ମହିଳା ସଶକ୍ତିକରଣ ଅଭିଯାନରେ ସାମିଲ ହୋଇ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଅଂଟା ଭିଡିବା ସହିତ ଅସହାୟ ବ୍ୟକ୍ତିବିଶେଷଙ୍କ ପାଇଁ ବସ୍ତ୍ରଦାନ ଶିବିର ଆୟୋଜନ କରିବା ସହିତ ପୂଜ୍ୟପୂଜା ତଥା ମହାପରୁଷୁଙ୍କୁ ପ୍ରାଧାନ୍ୟ ପୂର୍ବକ ବିଭିନ୍ନ କାର୍ଯର୍୍ୟକ୍ରମ କରିବା ଏକ ଅନନ୍ୟ ଯୁବ ସମାଜସେବିକା ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି।
ନିଜର ପ୍ରଚାର ଓ ପ୍ରସାର ପାଇଁ ଇଚ୍ଛା କରୁନଥିବା ଏହି ସମାଜସେବିକା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟଛନ୍ତି। ନୀରବ ଭାବେ ନିଜର କର୍ତବ୍ୟ କରୁଥିବା ନେଇ ମତବ୍ୟକ୍ତ କରନ୍ତି।

ଆଲେଖ୍ୟ: ଅରବିନ୍ଦ ତ୍ରିପାଠୀ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page