ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ସମ୍ମାନ ପାଇବେ ଡ. ଇତି ସାମନ୍ତ

ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଗୀତାଞ୍ଜଳୀ’ ପକ୍ଷରୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ଜୟଦେବ ଭବନ ଠାରେ ବେଙ୍ଗଲୀ ଓ ହିନ୍ଦୀର ସଙ୍ଗୀତ ସନ୍ଧ୍ୟା ସହିତ ଓଡ଼ିଶାର କଳା, ସଂସ୍କୃତି କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା, ଲେଖିକା ଡ. ଇତି ସାମନ୍ତଙ୍କୁ “ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ୨୦୨୬’ ପ୍ରଦାନ କରାଯିବା ନେଇ ଅନୁଷ୍ଠାନର ସାଧାରଣ ସମ୍ପାଦକ ତପନ କୁମାର ରାହା ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଣବଜ୍ୟୋତି ନାଥ, ପ୍ରାକ୍ତନ ମହାଡାକପାଳ ଓ ଡ଼ିଶାର ଡ. ସନ୍ତୋଷ କୁମାର କାମିଲା, ଜିନ୍ଦଲ ଜେନେରାଲ ମ୍ୟାନେଜର ସୁଧୀର ରଞ୍ଜନ ମିଶ୍ର, ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ଯୋଗ ଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ମତବ୍ୟକ୍ତ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page