ଭୁବନ: ସାରା ରାଜ୍ୟରେ ଡାଇରିଆ ବ୍ୟାପୁଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆର ପ୍ରକୋପ। ଭୁବନ ଡାକ୍ତରଖାନାରେ ପ୍ରତିଦିନ ଡାଇରିଆ ରୋଗୀ ଆକ୍ରାନ୍ତ ହୋଇ ଆସି ଚିକିସିôତ ହେଉଥିବା ଦେଖିବାକୁ ମିଳୁଛି। ଡାଇରିଆ ଆକ୍ରନ୍ତଙ୍କ କିପରି ଚିକିତ୍ସା କରାଯାଉଛି ଏବଂ କଣ ସବୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି ତାହା ତଦାରଖ କରିବାକୁ ମଧ୍ୟ

ଡାକ୍ତରଖାନା ପରିଦର୍ଶନରେ ଆସିଛନ୍ତି ସ୍ଥାନୀୟ ବିଧାୟକ ଶତ୍ରୁଘନ ଜେନା। ରୋଗୀମାନଙ୍କ ସମସ୍ତ ପ୍ରକାର ସୁବିଧା ଓ ଚିକିତ୍ସାକୁ ସଠିକ୍ ଭାବେ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ବିଧାୟକ ଏହି ଖବର ଶୁଣିବା ପରେ ତୁରନ୍ତ ଡାକ୍ତରଖାନା ଆସି ସମସ୍ୟାର ସମାଧାନ ତଥା ରୋଗୀଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ମଧ୍ୟ ପଚାରିବୁଝିଥିଲେ। ସାଧାରଣ ଲୋକେ ଏହି ବର୍ଷାଦିନରେ ସଚେତନତାର ସହ ଖାଦ୍ୟ ଓ ଜଳ ଗ୍ରହଣ କରିବାକୁ ଡାକ୍ତର ରମେଶ ସାହୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ