ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ଚଳିତ ଶିକ୍ଷାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ଏସବୁ କଲେଜ । ୫T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ନିଜ ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଲୋକମାନେ ଅନୁରୋଧ କରିଥିଲେ । ଯାହାକୁ ଭିତ୍ତି କରି ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଆସନ୍ତା ସପ୍ତାହରେ ୧ ହଜାର ୫୬ ଜଣ ଅଧ୍ୟାପକଙ୍କୁ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଜରିଆରେ ନିଯୁକ୍ତି ଦିଆଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ଏହି ସୂଚନା ଦେଇଛନ୍ତି । ୨ ହଜାର ମସିହାରେ ଓଡ଼ିଶାର ୫୪୮ଟି ଡିଗ୍ରୀ କଲେଜ ଥିଲା । ଏବେ ୧ ହଜାର ୪୦ରେ ପହଞ୍ଚିଛି । ବିଶ୍ୱବିଦ୍ୟାଳୟ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି । ଯେଉଁଥିରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ୱବିଦ୍ୟାଳୟ ଅଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page