ସ୍ବର୍ଗତ କବି ଅନନ୍ତ ଚରଣ ପଟ୍ଟନାୟକଙ୍କ ସ୍ମୃତିସଭା

ବାଲିପାଟଣା 25/01: ବାଲିପାଟଣା ମାଟିର ମହାନ ବିପ୍ଲବୀ କବି ଅନନ୍ତ ପଟ୍ଟନାୟକଙ୍କ ପ୍ରତିଭାକୁ କେହି ଭାଷାରେ ବର୍ଣନା କରିବା ଅସମ୍ଭବ। ଓଡ଼ିଶା ଇତିହାସରେ ତାଙ୍କର ପ୍ରତିଭା ସ୍ବର୍ଣ୍ଣାକ୍ଷରରେ ରହିଛି ଓ ରହିବ।ତାଙ୍କୁ ନେଇ କେବଳ ବାଲିପାଟଣା ନୁହେଁ ସାରା ଓଡିଶା ଗର୍ବିତ। ଅନନ୍ତ ପଟ୍ଟନାୟକ ଥିଲେ ଏକାଧାରରେ ଜଣେ ଶକ୍ତିଶାଳୀ କବି, ସଂଗଠକ, ଗାଳ୍ପିକ, ଶିଶୁସାହିତ୍ୟିକ, ନାଟ୍ୟକାର ତଥା ପ୍ରଗତିଶୀଳ ମାନବୀୟତାରେ ବିଭେଦହିନ ସଂସ୍କୃତି । ଓଡ଼ିଆ ଭାଷା, ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ ବୋଲି ବାଲିପାଟଣା ଛକ ଦୁର୍ଗାମାଧବ କଲ୍ୟାଣ ମଣ୍ଡପ ଠାରେ ଏ ମାଟିର ବରପୁତ୍ର ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ବର୍ଗତ କବି ଅନନ୍ତ ଚରଣ ପଟ୍ଟନାୟକଙ୍କ ସ୍ମୃତିସଭାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କର ଅଭିଭାଷଣରେ ଏହା କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ଏହି ସ୍ମୃତି ସଭାରେ ସଭାପତିତ୍ବ କରିଥିଲେ କବି ଡ଼ଃ ଫନି ମହାନ୍ତି। ସଭାରେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ଓଡ଼ିଆ ପ୍ରାଧ୍ୟାପକ ଡ ଭବାନୀ ଶଙ୍କର ଦାଶ ଯୋଗଦେଇ କବିଙ୍କ ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ରଖିଥିଲେ।ପ୍ରାଚିଧାରାର ସମ୍ପାଦକ ଭଗବାନ ସାହୁ,ସାହିତ୍ୟ ଏକାଡେମି ପକ୍ଷରୁ ଚିନ୍ମୟ ସାହୁ,ଇଞ୍ଜିନିୟର କାମିନୀ କାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ନିଜର ବକ୍ତବ ରଖିଥିଲେ। ପ୍ରାରମ୍ଭରେ କବି ଅଭିମନ୍ୟୁ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଏହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ପ୍ରଶାସକ ତଥା ଇଞ୍ଜିନିୟର ସରୋଜ କୁମାର ମହାପାତ୍ରଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page