ଦାରିଙ୍ଗବାଡ଼ି,୧୧/୨: ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳର ଜଣେ ଆଦର୍ଶ ଓ ଛାତ୍ର ଛାତ୍ରୀ ବତ୍ସଳ ଶିକ୍ଷକ ଭାବେ ପରିଚିତ ସେହି ସମୟର ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଓ ଏବେକାର ଉଚ୍ଚ ପ୍ରାଥମିକ ସିମନବାଡ଼ି ବିଦ୍ୟାଳୟର ଅବସର ପ୍ରାପ୍ତ ବରିଷ୍ଠ ଗଣିତ ଶିକ୍ଷକ ବାଳକୃଷ୍ଣ ବଳିଆର ସିଂଙ୍କର ସିମନବାଡ଼ି ସ୍ଥିତ ବାସ ଭବନରେ ସୋମବାର ରାତି ୧୦ଟା ୧୦ମିନିଟ ସମୟରେ ପରଲୋକ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା l ସେ ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ଗ୍ରାମରେ ଜୁଲାଇ ମାସ ୨ତାରିଖରେ ୧୯୫୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ l ଦେହ ଅସୁସ୍ଥ ଥିବାରୁ ଗୁରୁତର ଅସୁସ୍ଥ ହୋଇ ଗତ ୭ ଦିନ ପୂର୍ବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ୧୯୭୧ ରୁ ୧୯୭୩ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ପୋଲସରା ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରି କୃତିତ୍ୱ ହାସଲ କରିବା ପରେ ୧୯୭୩ ମସିହାରେ ବର୍ତ୍ତମାନ ର ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସୁନ୍ଦରଡାଙ୍ଗ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବେ ସେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ୧୯୭୭ ମସିହାରେ ତାଙ୍କର ସିମନବାଡ଼ି ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିଲା। ସେ ସିମନବାଡ଼ି ପ୍ରାଥମିକ ବିଦ୍ୟାଳୟରୁ ୨୦୦୯ ମସିହା ଜୁଲାଇ ମାସ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ lସେ ଜଣେ ଛାତ୍ର ବତ୍ସଳ, ସ୍ନେହୀ, ମେଳାପି, ପରୋପକାରୀ ଓ ଜ୍ଞାନୀ ଶିକ୍ଷକ ଭାବେ ବିଦ୍ୟାଳୟରେ ବେଶ୍ ପରିଚିତ ଥିଲେ l ସେ ଜଣେ ଦକ୍ଷ ଗଣିତଜ୍ଞ,ସାହିତ୍ୟକ ସହ ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷକ ଥିଲେ l ତାଙ୍କ ବିୟୋଗରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ସିମନବାଡ଼ି ସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହାପରେ କ୍ୟାଥଲିକ ଚର୍ଚ୍ଚ ପରିସରରେ ପ୍ରାର୍ଥନା କରିବା ପରେ ଏକ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଯୋହନ ପଲ୍ଲୀ ନିକଟରେ ଥିବା ସ୍ମଶାନ ପୀଠକୁ ନିଆଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।ତାଙ୍କ ପରଲୋକରେ ସିମନବାଡ଼ି ଗ୍ରାମ ସମେତ ସମଗ୍ର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟ ସମୟରେ ତାଙ୍କ ନିକଟରେ ସ୍ତ୍ରୀ କାଞ୍ଚନି ଙ୍କ ସହିତ ବଡ଼ ପୁଅ ମୋହନ ଲାଲ ବଳିଆର ସିଂ, ସାନପୁଅ ଚାନ୍ଦୁଲାଲ ବଳିଆର ସିଂ , ଝିଅ ସସ୍ମିତା ବଳିଆର ସିଂ ସ୍ବର୍ଗତ ଶିକ୍ଷକଙ୍କ ସାନ ଭାଇ ଅଜୟ କୁମାର ବଳିଆର ସିଂ ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତି ଥିବା ବେଳେ ଶେଷ କୃତ୍ୟ ସମୟରେ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅମୀର ଚାନ୍ଦ ନାୟକ , ସମାଜସେବୀ ସାରଦା ଚରଣ ବଳିଆର ସିଂ ଉପସ୍ଥିତ ଥିଲେ l ସ୍ବର୍ଗତ ଶିକ୍ଷକ ଶ୍ରୀ ବଳିଆର ସିଂ ଙ୍କ ବିୟୋଗରେ ତାଙ୍କ ସହ ସିମନବାଡ଼ି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଅବସର ଗ୍ରହଣ କରିଥିବା ଶିକ୍ଷକ ରାମ ଚନ୍ଦ୍ର ସାହୁ, ଦାମୋଦର ସାହୁ ଙ୍କ ସମେତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ,ଶିକ୍ଷକ ବନ୍ଧୁରାଜ ଉଠାଣ ସିଂ ଙ୍କ ସମେତ ଛାତ୍ର ମହେଶ କୁମାର ସାହୁ,ସନ୍ତୋଷ କୁମାର ସାହୁ ରାକେଶ କୁମାର ସାହୁ ,ଜିତେନ୍ଦ୍ର କୁମାର ସାହୁ ,ରଞ୍ଜିତ କୁମାର ସାହୁ ଉଦ୍ଧବ ବେହେରା ଙ୍କ ସହ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଓ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି l
ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ବଳିଆର ସିଂ ଙ୍କ ପରଲୋକ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ
ବାଲିଅନ୍ତା,୧୭|୩:ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଧଉଳି ଥାନା ଲିଙ୍ଗିପୁର ସରପଞ୍ଚ ଖିରୋଦ କୁମାର ପ୍ରଧାନଙ୍କୁ ଆକ୍ରମଣ କରିବା ସହ ପିନ୍ଧିଥିବା ସୁନାଚେନ ଲୁଟ କରିଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା
ହୋଲି ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ, ମହୁଲ ବେଟାଳି ବ୍ୟସ୍ତ
କଳାହାଣ୍ଡି,(ଉତ୍କଳ ବୁଲେଟିନ):-ହୋଲି ପରେ ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ | ମହୁଲ ବେଟିବା ପାଇଁ ବେଟାଳି ମାନେ ବ୍ୟସ୍ତରେ ରହି ମହୁଲ ଫୁଲ ସଂଗ୍ରହ କରୁଛନ୍ତି | ଚାଷକାମ ପରେ ଜୀବନ ଜିବିକାର ଦ୍ୱତୀୟ ପନ୍ଥା ହେଲା ଜଙ୍ଗଲଜାତ ଦ୍ରବ୍ୟ
ଏନ. ଏ. ସି, ଧର୍ମଗଡ଼ ରେ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଏନୁମିରେଟର ଓ ସୁପରଭାଇଜର ଙ୍କ ପ୍ରଶିକ୍ଷଣ ଶିବିର
କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)ତ୍ରୀଦିବସୀୟ ଏନ. ଏ. ସି, ଧର୍ମଗଡ଼ ସ୍ତରୀୟ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଗଣନାକାରି ଓ ସୁପରଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଆଜି ତା ୧୬/୦୩/୨୦୨୪ ଠାରୁ କାଶୀବାହାଲ, ଧର୍ମଗଡ଼ସ୍ଥ ଗୁରୁଜୀ ମଧୂସୂଦନ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ
ଚାବହାର ନିକଟରେ ଆକାଶମାର୍ଗରୁ ବୋମାବର୍ଷଣ କଲା ଆମେରିକା
ନୂଆଦିଲ୍ଲୀ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ହମଲା । ଏକାଧିକ ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ । ସୋମବାର ଆମେରିକା ଏଠାରେ ଘନଘନ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସଂତୃପ୍ତ ଓ ଦିଲ୍ଲୀପ ବିଜୟୀ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ
ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟ
କଟକ(ବୁ୍ୟରୋ) କଟକ ଏସସିବି ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଧୂଆଁରେ ଅଣନିଃଶ୍ୱାସୀ ହୋଇ ୧୦ ନିରୀହ ଜୀବନ ଚାଲିଯାଇଛି । ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି
ଏନ ଏ ସି ନିର୍ବାଚନରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଦାଵୀକଲା ମୂଳନୀବାସୀ ବହୁଜନ ମିଳିତ ମହାସଂଘ
କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଉ କିଛି ଦିନ ପରେ କଳାହାଣ୍ଡିରେ ନୂତନ ଭାବେ ଗଠନ ହୋଇଥିବା ଜୟପାଟଣା ଓ ନର୍ଲା ଏନ ଏ ସି ପାଇଁ ନିର୍ବାଚନ ହେବାକୁ ଵିଜ୍ଞାପନ ପ୍ରକାଶ ପାଇଛି |କାଉନସିଲର ପଦବୀ ପାଇଁ ସ୍ଥାନ ସଂରକ୍ଷଣ ତାଲିକା
ଛତ୍ରପୁରରେ ଗ୍ୟାସ୍ ସଙ୍କଟ
ଗଞ୍ଜାମ ଜିଲା ଛତ୍ରପୁରରେ ଦେଖାଦେଇଛି ଏଲ୍ପିଜି ସଙ୍କଟ ।ସାଧାରଣ ଖାଉଟି ବେହାଲ । ୨୫ ଦିନ ତଳୁ ବୁକିଂ କରିଥିବା ଉପଭୋକ୍ତା ଏ ଯାଏ ସିଲିଣ୍ଡର ପଇପାରିନାହାନ୍ତି। ଯାହା ଫଳରେ ସାଧାରଣ ଲୋକେ ଏଲ୍ପିଜି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ
ବାଲିଅନ୍ତା,୧୬|୩():ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କୃପାଜଳ ଇଞ୍ଜିନିୟର କଲେଜ(କେଇସି) ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଆହତ ହୋଇଛନ୍ତି
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ
କଳାହାଣ୍ଡି,୧୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି ।'କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତି ଙ୍କ ଉପରେ ହୋଇଥିବା
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର ତା 16/03/26 ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଛକ ଧାରଣା ସ୍ଥଳରେ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ମହାମହିମ ରାଷ୍ଟ୍ରପତି ତଥା ସମସ୍ତ ମହିଳାଙ୍କ ଆଦର୍ଶ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରିଥିବା ଅସମ୍ମାନ,ସମ୍ଭିଧାନ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ତରଫରୁଚାନ୍ଦବାଲି ବ୍ଲକ ଅଧିନରେ ନୟାଧାମରାଗ୍ରାମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ
ଚାନ୍ଦବାଲି ;- ୧୫/୦୩ ମି.ଏଜ୍ (ଡଃ ଦୀପକ ରଂଜନ ବେହେରା ) ଆଜି ସକାଳ ୯ଘଟିକା ସମୟରେ ଚାନ୍ଦବାଲିରେ ଥିବା ନୟାଧାମରା ଗ୍ରାମରେ ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି | ଉକ୍ତ ଗର୍ଭସଂସ୍କାର କାର୍ଯ୍ଯକ୍ରମରେ
ଆଜି ରାଜ୍ୟସଭା ନିର୍ବାଚନ
ଭୁବନେଶ୍ୱର ସୋମବାର ରାଜ୍ୟସଭା ନିର୍ବାଚନ । ବିଧାୟକମାନେ ଭୋଟ ଦେଇ ଓଡ଼ିଶାରୁ ୪ଜଣଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବେ । କିନ୍ତୁ ୪ଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ରହିଥିବାରୁ ସବୁ ଦଳର ମୁଖିଆଙ୍କୁ ଘାରିଛି ଭୟ । କ୍ରସ ଭୋଟିଂ,
୨ ମୃତ, ୨୦ରୁ ଅଧିକ ଆହତ ବାରିପଦା
ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକର କିଛି ଗ୍ରାମରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ, ଘୁର୍ଣ୍ଣିଝଡ ସହିତ କୁଆପଥର ମାଡ଼ ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିବା ର
ବଉଳାବନ୍ଧରେ ଏକାଦଶ ଦୋଳ ମେଳଣ ସମାପନ।
ଚିଲିକା- ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଆଜକୁ ୪୬ ବର୍ଷ ଧରି ଏକାଦଶ ଦୋଳ ମେଳଣ ଅନୁଷ୍ଠିତ ହେଉଅଛି । ଏହା କେବଳ ବଉଳାବନ୍ଧ ଗ୍ରାମର ଠାକୁରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ l ଦଶମୀ
ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ -୨୦୨୬ ଅନୁଷ୍ଠିତ
ବାଲିଅନ୍ତା,୧୫|୩):ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
ଡିଭିଜନାଲ୍ କମିଟି ସଦସ୍ୟ ନକୁଳଙ୍କ ସମେତ ୧୧ ଜଣ ମାଓବାଦୀ ଓଡ଼ିଶା ପୋଲିସ ସମ୍ମୁଖରେ କଲେ ଆତ୍ମସମର୍ପଣ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟରେ ମାଓ ବିରୋଧୀ ପ୍ରୟାସକୁ ଏକ ବଡ଼ ଉତ୍ସାହ ପ୍ରଦାନ କରି, ୧୧ ଜଣ କଠୋର ମାଓବାଦୀ ଆନୁଷ୍ଠାନିକ ଭାବରେ ଶ୍ରୀ ୱାଇ.ବି. ଖୁରାନିଆ, ଡିଜିପି ଓଡ଼ିଶା, ଶ୍ରୀ ସଞ୍ଜିବ ପଣ୍ଡା, ଆଇପିଏସ୍, ଏଡିଜି (ନକ୍ସଲ ବିରୋଧୀ
ଧୂଆଁଳ ପ୍ରାଥମିକ ବିଦ୍ୟାଳୟ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’
ଚିଲିକା : ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୂଆଁଳ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 'ଉଲ୍ଲାସ' ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଚିଲିକା ବ୍ଲକ ଗୋଷ୍ଠୀ
ଜିଭ କାଟି ଯୁବକ କୁ ନିର୍ମମ ହତ୍ୟା
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଯୁବକକୁ ଜିଭ କାଟି ହତ୍ୟା ପରେ ଅଭିଯୁକ୍ତ ହତ୍ୟାକାରୀ ଫେରାର |ଏମିତି ଏକ ଅମାନବୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟମାଲ କୁରସୁଡ ମୁଖ୍ୟ ରାସ୍ତାରେ । ମୃତକ ହେଉଛନ୍ତି କଣ୍ଟାମାଲ ଗାଁ ର
Politics
ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସଂତୃପ୍ତ ଓ ଦିଲ୍ଲୀପ ବିଜୟୀ
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
Entertainment
ହୋଲି ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ, ମହୁଲ ବେଟାଳି ବ୍ୟସ୍ତ