ଆଜାଦି କା ଅମ୍ରିତ୍ ମହୋତ୍ସବ: ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

ହରିଦ୍ୱାର: ଆଜାଦି କା ଅମ୍ରିତ୍ ମହୋତ୍ସବ ଅବସରରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ହରିଦ୍ୱାର ଚାନ୍ଦି ଘାଟରେ ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା ଦ୍ୱାରା “ଗଙ୍ଗା ଉତ୍ସବ ୨୦୨୪” ଆୟୋଜିତ ହୋଇଛି l ଏହି ଉତ୍ସବରେ ଜଣେ ଓଡ଼ିଆ ପୁଅ ତଥା ସୁଦକ୍ଷ ନିର୍ଦ୍ଦେଶକ ଦେବ ମେହେରଙ୍କ ନିର୍ଦ୍ଦେଶନାରେ ତିନିଟି ଗୀତର ନୃତ୍ୟ ପରିବେଷଣ ହୋଇଛି l ଗୀତ ଗୁଡିକୁ ସୁପରିଚିତା ଗାୟିକା ସୁସ୍ମିତା ଦାସ କଣ୍ଠଦାନ କରିଛନ୍ତି ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ l ପ୍ରଥମ ଅର୍ଘ୍ୟ “ହମ୍ ୟହିଁ ଜିଏଙ୍ଗେ…” ଯାହା ପରିବେଶ ଉପରେ ଆଧାରିତ ଏକ ସୁନ୍ଦର ପରିବେଷଣ ଥିଲା l ଉପସ୍ଥିତ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବିମୋହିତ କରିଥିଲା l ଦ୍ଵିତୀୟ ଅର୍ଘ୍ୟ “ହମ୍ ଅଗର ନେହିଁ.. “ଆଦ୍ରଭୂମି ସରଂକ୍ଷଣର ୨୫ ବର୍ଷକୁ ସ୍ମରଣୀୟ କରିଥିଲା l ଶେଷ ଅର୍ଥାତ ତୃତୀୟ ଅର୍ଘ୍ୟ ଥିଲା “ପ୍ରିଥ୍ଵୀ ମନ୍ଥନ…” ଯାହା ଜଳବାୟୁ ପରିବର୍ତ୍ତନ ଉପରେ ପାରିବେଶିତ ହୋଇଥିଲା ଯେଉଁ ଗୀତ ଟି ଭାରତର ସର୍ବାଧିକ ସ୍ଥାନରେ ପୁରସ୍କୃତ ହୋଇଛି ଏବଂ ବର୍ତ୍ତମାନ ଆୟୁସିଏନ ୱେବସାଇଟରେ ସ୍ଥାନ ପାଇଛି l ଏସମସ୍ତ ଗୀତର ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦ୍ଦେଶକ ଦେବ ମେହେର l ସେ ଜଣେ ସୁଦକ୍ଷ ମ୍ୟୁଜିକାଲ ସର୍ଟ ଫିଲ୍ମ ନିର୍ମାତା ଭାବରେ ବେଶ ଜଣାଶୁଣା l ପୂର୍ବରୁ ଅନେକ ମ୍ୟୁଜିକାଲ ସର୍ଟ ଫିଲ୍ମ ଏବଂ ମ୍ୟୁଜିକାଲ ଡ୍ୟାନ୍ସ ଡ୍ରାମା ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଅଛନ୍ତି l ଓଡ଼ିଆ ନିର୍ଦ୍ଦେଶକ, ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଡ଼ିଆ କଳାକାରଙ୍କ ପରିବେଷଣ ଦେଖି ଦର୍ଶକ ଭୁୟସୀ ପ୍ରଶଂସା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News