ଆନନ୍ଦ ଉଲ୍ଲାସର ସହିତ ମହାସମାରୋହରେ ପାଳିତ ହେଲା ଉତ୍କଳ ଦିବସ,”ବନ୍ଦେଉତ୍କଳ ଜନନୀ ” ମାତୃବନ୍ଦନାର ସମବେତ ସ୍ୱରରେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେବାଣପୁରବାସୀ

ଚିଲିକା, ୨।୪:ସ୍ୱତନ୍ତ୍ରଉତ୍କଳ ପ୍ରଦେଶ ଗଠନର ଦୀର୍ଘ ୯୦ ବର୍ଷ ପରେ ମଧ୍ୟ ଭାଷାଭିତ୍ତିକ ରାଜ୍ୟ ଗଠନରେ ବରପୁତ୍ରମାନଙ୍କ ତ୍ୟାଗବଳିଦାନକୁ ମନେପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଣପୁରବାସୀ । ମାତୃଭୂମୀ ଓ ମାତୃଭାଷାର ସୁରକ୍ଷା ଥିଲା ସେମାନଙ୍କ ଜୀବନ ଐକାନ୍ତିକ ଲକ୍ଷ୍ୟ । ଯାହାଙ୍କ ଜୀବନଭରି ସଂଗ୍ରାମ ଆମକୁ ଆଜି ଜଣେ ଓଡ଼ିଆ ଭାବରେ ପରିଚିତ କରାଇଛି । ଆମ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନତ୍ୟ ଲାଭ କରିପାରିଛି କେବଳ ସେହିମାନଙ୍କ କଠିନ ଶ୍ରମସାଧନ ତ୍ୟାଗ ତିତିକ୍ଷାର ମହନୀୟତାରେ । କେତେ ଦୁଃଖ କେତେ ଯାତନା ସହିଛି ଏ ମାଟି |କେତେ ହୀନମନ୍ୟତା ଭିତରେ ଲାଞ୍ଛିତ ଅପମାନିତ ହୋଇଛି ଏହାର ଭାଷା । ସେହି ବୀରପୁରୁଷଙ୍କ ମହାସଂଗ୍ରାମରେ କିଛି ହରେଇ ଶେଷରେ ପାଇଛେ ଆମର ଭାଷାଭି ତ୍ତିକ ରାଜ୍ୟଓଡ଼ିଶା, ତାର ସେହି ପୂର୍ବ ଗୌରବ ପୂର୍ବ ଐତିହ୍ୟକୁ ଫେରି ପାଇ ସ୍ୱାଭିମାନର ସହିତ ମୁଣ୍ଡଟେକି ବାଟ ଚ଼ାଲିବାକୁ ଜାତିକୁ ମାର୍ଗଦର୍ଶନ କରାଇଥିବା ସେହି ମହାନ ବୀରପୁତ୍ର ଦେଶପ୍ରେମୀ ବରପୁତ୍ରମାନଙ୍କ କଥା ସେମାନଙ୍କ ଜୀବନସଂଗ୍ରାମକୁ ସ୍ମରଣ କରି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେଇଛନ୍ତି ବାଣପୁରବାସୀ । ଚିଲିକା ସାହିତ୍ୟ ସମାଜ ସହିତ ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ, ପଲ୍ଲୀ ସଂସ୍କୃତି କଳା ପରିଷଦ, କୁମାର ପାଠାଗାର, କବିକୃଷ୍ଣ ଚନ୍ଦ୍ର ପାଠାଗାର, ବାଣପୁର ସଂଗ୍ରାମ ପରିଷଦ, ବରିଷ୍ଠ ନାଗରିକ ମଞ୍ଚ, ଅବସରପ୍ରାପ୍ତ ସେନାକର୍ମଚାରୀ ସଂଘ , ମା’ଭଗବତୀ କଳା ପରିଷଦ,ସାହିତ୍ୟ ସିନ୍ଦୁରା ପରୀଡ଼ା ପାଠାଗାର, ଉପେନ୍ଦ୍ର ମହାରଥି ସ୍ମୃତି ପରିଷଦ, ଆମଭାଷା ସାହିତ୍ୟ ସଂସ୍କୃତି,ଭିନ୍ନକ୍ଷମ ମଞ୍ଚ , କଳାକାର ସଂଘ , ଜାଗୃତି ସାହିତ୍ୟ ସଂସଦ, ଚିନ୍ତାମଣି ବାଳଚ଼ର ଯୁବସେବା ସଂଘ , ପରି ସମଗ୍ର ଚିଲିକାର ବହୁ ସାରସ୍ଵତ , କଳା,ସଂସ୍କୃତି ସାହିତ୍ୟ ଅନୁଷ୍ଠାନ ଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅଞ୍ଚଳର ବହୁକବି, ଗାଳ୍ପିକ ଔପନ୍ୟାସିକ, ନୃତ୍ୟ ସଂଗୀତ କଳାକାର ସମାଜସେବୀ ସଂଗଠକଙ୍କ ସମାହାରରେ ଐତିହାସିକ ପଲଟଣ ପଡ଼ିଆର ଛାୟାମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ସ୍ୱତନ୍ତ୍ରଉତ୍କଳ ଦିବସ । ସକାଳ ୭ ଘଟିକାରୁ ବରପୁତ୍ର ପୂଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ର, କବିଗୋଦାବରୀଶ ମହାପାତ୍ର। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବିପ୍ଲବୀ କୃତ୍ତିବାସ ପାଟଶାଣୀ , ଚିତ୍ରା ଚାର୍ଯ୍ୟ ଉପେନ୍ଦ୍ର ମହାରଥୀ । ନାଟ୍ୟକାର ପରଶୁରାମହରିଚନ୍ଦନ, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଓଡ଼ିଆ ଲୋକକଳା ଲୋକସଂସ୍କୃତିର ସୁରକ୍ଷା ପାଇଁ ପାଲା, ଦାସକାଠିଆ, ଓଡ଼ିଶୀ ନୃତ୍ୟ ସଂଗୀତ ପରିବେଶଣ ପରେ ଅପରାହ୍ନରେ ସାରସ୍ଵତ ସଭାରେ ସ୍ଥାନୀୟ ଅଞ୍ଚଳର କବି କଥାକାରଙ୍କ ସ୍ୱରଚିତ କବିତା ଆବୃତି ସହିତ “ଆମ ଅସ୍ମିତାଆମର ଗର୍ବ “ଏହାର ସୁରକ୍ଷା ଆମର ନୈତିକ କର୍ତବ୍ୟ ଉପରେ ବକ୍ତାମାନଙ୍କ ଅବିଭାଷଣ ପରେ ସମବେତ ସ୍ଵରରେ ଉତ୍କଳବନ୍ଦନା ଗାନରେ ଉଦଯାପିତ ହୋଇଥିଲା ଉତ୍କଳ ଦିବସ ସମାରୋହ।

ଏଥିରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳ ମୁକୁନ୍ଦ ଦାସ, ସଂପାଦକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର,ଗାଳ୍ପିକ ଡଃ କୈଳାସ ମହାରଣା, ଦୁଷ୍ମନ୍ତ କୁମାର ହରିଚନ୍ଦନ, କବି ଶଶିଭୂଷଣ ବରାଳ , କବି ରଙ୍କ ନାଥ ସେଠୀ, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଗାଳ୍ପିକ ଭାଗିରଥୀ ସ୍ୱାଇଁ, ନାରୀକବି ପ୍ରିୟ ଦର୍ଶିନୀ ମହାରଣା, ସଂଧ୍ୟାଦେବୀ , ଟୁନିଦାସ, ଚିଲିକା ଚ଼ଢ଼େଇ ରୋଜିମିଶ୍ର, କବିଶେଷଦେବ ମହାରଣା, ଦିଲ୍ଲିପ କୁମାର ହୋତା, ଶିଶିରକୁମାର ଦାସ, ଅଧ୍ୟାପକ ଚାନ୍ଦକିଶୋର ତ୍ରିପାଠୀ, ଡଃ ଚିନ୍ତାମଣି ମିଶ୍ର, ଅଶୋକ ନନ୍ଦ , ନାଟ୍ୟକାର ମହେଶ୍ୱର ଜେନା, ବ୍ରଜ କିଶୋର ଜେନା, ପାଠାଗାର ସଭାପତି ଗୋଲକ ବିହାରୀ ପରିଡ଼ା, ଗୋକୁଳି ମହାପାତ୍ର, ଶ୍ରୀମନ୍ତ ମହାପାତ୍ର, ନଳିନୀକାନ୍ତ ପଟ୍ଟନାୟକ, ସଂଗ୍ରାମ କେଶରୀ ସାହୁ,ଅଧକ୍ଷ ମିଟୁ ନାୟକ, ଇଁ ଶେଷଦେବ ବରାଳ ,ଦାଶରଥି ସାହୁ, କିଶୋର ଚନ୍ଦ୍ର ପ୍ରଧାନ, ନବକିଶୋର ପ୍ରଧାନ,ରବୀନ୍ଦ୍ରନାଥ ମାନସିଂ, ଶ୍ରୀନିବାସ ଆଚାରୀ, ଉମାକାନ୍ତ ଲାଠି, ଜୟକୃଷ୍ଣ ଦାସ, ବୈରାଗୀ ଚରଣ ବଳ, ବଟକୃଷ୍ଣ ପ୍ରଧାନ, ବିରେନ୍ଦ୍ର ବେହେରା, ଦେବାଶୀଷ ପଣ୍ଡା, ସୁରେନ୍ଦ୍ର ଶବର, ପାଲାଗାୟିକା ପ୍ରଜ୍ଞା ପାରମିତା ପଣ୍ଡା, ଓଡ଼ିଶୀ କଣ୍ଠଶିଳ୍ପୀ, ଶ୍ରୀମତୀ ଉମା ମିଶ୍ର , ଶ୍ରୀମତୀବିଷ୍ଣୁପ୍ରିୟା ବାରିକ୍, ଚିରଞ୍ଚି ପରୀଡ଼ା, ସରୋଜ ଶାସମଲ, ପଖୌଜବାଦକ ରଘୁନାଥ ମହାପାତ୍ର , ଓଡ଼ିଶୀ ନୃତ୍ୟଶିଳ୍ପୀ ସାଇସ୍ମିତା ସାହୁ ଓ ସାଥି ପ୍ରମୁଖ ଯୋଗଦେଇ ସମାରୋହକୁ ସରସ ସୁନ୍ଦର କରିଥିଲେ । ଶେଷରେ ମାତୃଭାଷା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ତାର ବ୍ୟବହାର ନିମନ୍ତେ ଏହାକୁ ସରକାରଙ୍କ କାର୍ଯ୍ୟାଳୟ ମାନଙ୍କରେ ବହୁଳ ଭାବରେ ବ୍ୟବହାର, ଓଡ଼ିଆ ଭାଷାର ଆଦ୍ୟ ସ୍ଵର “ବର୍ଣ୍ଣବୋଧ “, ର ବାଧ୍ୟତାମୂଳକ ପୁନଃ ପ୍ରଚଳନ , ବିଷୁବ କୁ ଓଡ଼ିଆ ନବବର୍ଷ ଭାବରେ ସରକାରୀ ସ୍ଥରରେ ଧୁମଧାମରେ ପାଳନ, ବିଦ୍ୟାଳୟ, ମହାବିଦ୍ୟାଳୟ । ବିଶ୍ଵବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷାର ସ୍ଵତନ୍ତ୍ର ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି, ନିମନ୍ତ୍ରଣ ପତ୍ର ମାନଙ୍କରେ ଓଡ଼ିଆ ଭାଷାର ବ୍ୟବହାର, ଇଁରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ସାହିତ୍ୟର ବାଧ୍ୟତାମୂଳକ ପଠନ ଓ ବ୍ୟବହାର, ଏବଂ ଓଡ଼ିଆ ଅସ୍ମିତା ର ସୁରକ୍ଷା ପାଇଁ ନିଷ୍ଠାର ସହିତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମାରୋହରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସହ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page