ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ଦର୍ଳିପଡା ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା: (ଚକ୍ରଧର ବେଶ୍ରା): କୋକସରା ବ୍ଲକର ପ୍ରତିଟି କୋଣ ଅନୁକୋଣରେ ୭୬ ତମ ସାଧାରଣତନ୍ତ୍ର ଦିବସ କୁ ଆନନ୍ଦ ଓ ଉଲ୍ଲାସର ସହକାରେ ପାଳନ କରିଥିବା ବେଳେ କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ଦର୍ଲି ପଡା ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା । ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ଡୁଡୁକାଠେଙ୍ଗା ଏବଂ ମହିମା ପଞ୍ଚାୟତ ର ଅନେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡୁଡୁକାଠେଙ୍ଗା ସରପଞ୍ଚ ଶ୍ରୀମତୀ ହରି ପ୍ରୀୟା ନାଗ, ମହିମା ପଞ୍ଚାୟତ ସରପଞ୍ଚ ଈଶ୍ୱରାମ କୋଲଥିଆ, ମହିମା ପଞ୍ଚାୟତ ସମିତି ସଭ୍ୟ ଘନଶ୍ୟାମ ନାଏକ, ଡୁଡୁକାଠେଙ୍ଗା ସମିତି ସଭ୍ୟା ଶ୍ରୀମତୀ ପାର୍ବତୀ ବାଗ, ନାଏବ ସରପଞ୍ଚ ଖଗେଶ୍ବର ବାଣୁଆ,
ମହିମା ନାଏବ ସରପଞ୍ଚ ସୁମତି ବାଗ, ଅଞ୍ଚଳର ସମାଜ ସେବୀ ତଥା ବରିଷ୍ଠ ବିଜେପି ନେତା ବନମାଳୀ ବାଗ, ସମାଜ ସେବୀ ଖେତୁରାମ ପାତ୍ର, ଚକ୍ରଧର ବେଶ୍ରା,ଅର୍ଜୁନ ଭାଟି, ଭଜମନ ନାଏକ ନକୁଳ ନାଏକ, ମକରନ୍ଦ ବାଗ,ସନାତନ ସୁନାନୀ, କୃଷ୍ଣ ଚନ୍ଦ୍ର ନାଏକ, ଶୁଶିଲ ସତନାମୀ, ତ୍ରିଲୋକ୍ୟ ବେଶ୍ରା, ଚୈତନ୍ୟ ମେହେର, ଦ୍ରୋଣାଚାର୍ଯ୍ୟ ପୁଝାରୀ, ଲକ୍ଷ୍ମଣ ନାଏକ, ଧରିତ୍ରୀ ବାଗ,ଯୁଗଳ କିଶୋର ବାଗ, ଯୁଗଳ କିଶୋର ବାଗ,ପ୍ରାଞଳୀ ପ୍ରଧାନ, ଦ୍ରୋଣ ଗୋପାଳ, ପ୍ରମୁଖ ମଞ୍ଚାଶିନ ହୋଇଥିଲେ। ଏଥିରେ ଉଭୟ ମହିମା ଏବଂ ଡୁଡୁକା ଠେଙ୍ଗା ପଞ୍ଚାୟତର ଅନେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସାମିଲ ହେବାସହ ପୁଚିଖେଳ,ଚୈ।କି ବସା, ବକୃତା, ସାଧାରଣ ଜ୍ଞାନ, ନୃତ୍ୟ, ସଂଗୀତ, ଭଲି ଅନେକ ପ୍ରତିଯୋଗିତା ରେ ସିନିଅର ଏବଂ ଜୁନିଅର ଦୁଇଟି ପର୍ଯ୍ୟାୟରେ ଭାଗ ନେଇ ସମସ୍ତେ ଉତ୍ସାହିତ ହୋଇ ଥିଲେ। ପ୍ରତିଟି ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହ ଖାତା, ପେନ୍, ବୁକ୍ ଆଦି ପ୍ରଦାନ କରାଯାଇଥିଲା । ମଞ୍ଚକୁ ଚକ୍ରଧର ବେଶ୍ରା ଅତି ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଦୁଇଗୋଟି ପଞ୍ଚାୟତ ର ସମସ୍ତ ୱ।ର୍ଡ ସଭ୍ୟ ସଭ୍ୟା ଏବଂ ଆମପାଣି ମଣ୍ଡଳ ର ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ
ପରିଚାଳନା ରେ ପୁର୍ଣ୍ଣ ସହଯୋଗ କରିଥିଲେ । ଭଜମନ ନାଏକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏଥିରେ ଅଞ୍ଚଳର ଶତାଧିକ ଜନସାଧାରଣ ସାମିଲ ହୋଇ ଆନନ୍ଦିତ ହୋଇ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page