ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ

ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇ ଯାଇଅଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା|ପୂର୍ବରୁ ସେ ଯକୃତ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ହଠାତ୍ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।ସେ ଜଣେ ଅମାୟିକ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ।ସେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ କଲ୍ୟାଣୀ ହୋତା, ଦୁଇ କନ୍ୟା, ଜାମାତା ଓ ଆତ୍ମିୟସୋଜନ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗ ଦ୍ଵାର ଠାରେ ତାଙ୍କ ଶବ ସତ୍କାର କରାଯାଇଥିଲା।କନିଷ୍ଠ ଭ୍ରାତା କୃଷ୍ଣମୋହନ ମୁଖାଗ୍ନୀ ଦେଇଥିଲେ ।ତାଙ୍କ ବିୟୋଗରେ ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ନାଚୁଣୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ନୀଳକଣ୍ଠ ହାଇସ୍କୁଲର ପ୍ରତିଷ୍ଠାତା ଡାକ୍ତର ମଧୁସୂଦନ ସେନାପତି, ନାଲ୍‌କୋର ପ୍ରାକ୍ତନ ସିନିଅର ମ୍ୟାନେଜର ହାଡିବନ୍ଧୁ ସାମନ୍ତରାୟ ଓ ଚିଲିକା ପୂଜ୍ୟ ପୂଜା ସଂସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସହଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page