ଓଡ଼ିଆ ଶିଶୁ ନାଟକକୁ ଜାତୀୟ ପୁରସ୍କାର

ଚିଲିକା,୨୨।୧: ଚିଲିକା -ଵାଣପୁର ଅଞ୍ଚଳର ତିନୋଟି ନାଟ୍ୟ ସଂସ୍ଥା ବିଶ୍ଵ ନାଟ୍ୟ ମେଳା ‌୨୦୨୫ରେ ଭାଗନେଇ ଜାତୀୟ ପୁରସ୍କାର ଲାଭ କରିବାର ସୈ।ଭାଗ୍ୟ ଲାଭ କରିଛନ୍ତି। ଥିଏଟର ମୁଭ୍ ମେଣ୍ଟ,କଟକ ଙ୍କ ଦ୍ଵାରା ଆୟୋଜିତ ସପ୍ତାହ ବ୍ୟାପୀ ପୋଲ ୨୭ତମ ଆନ୍ତର୍ଜାତୀୟ ନାଟ୍ୟ ପ୍ରତିଯୋଗିତା ରେ ବାଲୁଗାଁ ସ୍ଥିତ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ର ଶିଶୁ ନାଟକ ମେଁ ମେଁ କା ମାଣିକ ରଜା ର ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ନାଟ୍ୟକାର ଓ ଏବଂ ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ ଙ୍କୁ ଏବଂ ଏହି ନାଟକର କେନ୍ଦ୍ରୀୟ ଚରିତ୍ର ରେ ଅଭିନୟ କରିଥିବା ଶିଶୁ ଅଭିନେତ୍ରୀ ଅପୂର୍ଭା ସାହୁ ଙ୍କୁ ଶ୍ରେଷ୍ଠ ୨ୟ ପୁରସ୍କାର ମିଳିଛି। ସେହିପରି ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା-ମଠପୁର ର ଶିଶୁ ନାଟକ ତୁ ମୋ ଆଖିର ତାରା ରେ ସଫଳ ଅଭିନୟ ପାଇଁ ବର୍ଷା ପ୍ରଧାନ ଙ୍କୁ ଶ୍ରେଷ୍ଠ ୩ୟ ପୁରସ୍କାର ଏବଂ ଶ୍ରେଷ୍ଠ ପ୍ରଯୋଜନା ପାଇଁ
ଚେୟାର ମ୍ୟାନ୍ ପୁରସ୍କାର ମିଳିଛି। ଅନୁରୂପ ଭାବେ ଡିଏ ଭି ଗୁରୁ କୁଳ, ବାଲୁଗାଁ ର ଶିଶୁ ନାଟକ ଦଙ୍ଗାର ପ୍ରଯୋଜନା ପାଇଁ ଚେୟାରମେନ ପୁରସ୍କାର ଏବଂ ୩ୟ ଶ୍ରେଷ୍ଠ ଅଭିନେତା
ଭାବେ ଶୁଭମ୍ ମହାପାତ୍ର ପୁରସ୍କୃତ ହୋଇଛନ୍ତି। ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ବାଲୁଗାଁ ପକ୍ଷରୁ ସଭାପତି ଭିକାରୀ ଚରଣ ପ୍ରଧାନ, ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା-ମଠପୁର ପକ୍ଷରୁ ଅଶୋକ କୁମାର ପ୍ରଧାନ ଏବଂ ଡିଏଭି , ଗୁରୁ କୁଳ, ବାଲୁଗାଁ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ମାନ୍ୟଗଣ୍ୟ ଅତିଥି ମାନଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରି ଛନ୍ତି। ସେହିପରି ଉତ୍କଳିକା ସଙ୍ଗୀତ ଏକାଡେମୀ, ନାଚୁଣୀ ର ଛାତ୍ରୀ ସଂସ୍କୃତି ତ୍ରିପାଠୀ ଏବଂ ସମୀକ୍ଷା ପଲାଇ ଙ୍କୁ ଏକକ ଶାସ୍ତ୍ରୀୟ ନୃତ୍ୟ ପାଇଁ ଜାତୀୟ ପୁରସ୍କାର ମିଳିଥିବା ବେଳେ ଓଡ଼ିଶୀ ନୃତ୍ୟଗୁରୁ ବିଜୟଲକ୍ଷ୍ମୀ ବଳିୟାର ସିଂହ କଳା ସାଧକ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page