କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗରେ ଏଫ୍,ଏଲ,ଏନ୍ ଯୋଜନା ବାଟ ମାରଣା

ପ୍ରକୋଷ୍ଠ ନିର୍ମାଣ କାର୍ଯ୍ୟରେ ଘୋଟାଲା ଅଭିଯୋଗ

କଳାହାଣ୍ଡି,୨୨|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ-ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲାର ନର୍ଲା ତଥା ଲାଞ୍ଜିଗଡ଼ ବ୍ଲକ୍ ଅନୁନ୍ନତ ବ୍ଲକ ଭାବରେ ଜିଲ୍ଲାରେ ବେଶ ପରିଗଣିତ ଅଟେ। ଏହି ଦୁଇ ବ୍ଲକର ଛାତ୍ରଛାତ୍ରୀଙ୍କ ଶିକ୍ଷାସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ନିମନ୍ତେ କେନ୍ଦ୍ର ସରକାର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞ୍ୟାନ ଯୋଜନା ବା ଏଫ୍, ଏଲ୍ ଏନ୍ କର୍ଯ୍ୟରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଡ ପରିତାପର ବିଷୟ କି, ଠିକାଦାର ଙ୍କ ମନମାନି, ବିଭାଗୀୟ ଜିଲ୍ଲା ତଥା ବ୍ଲକ୍ ଶିକ୍ଷାଧିକାରୀଙ୍କ ଅର୍ଥ ଲାଳସା ଯୋଗୁଁ ଏଇ ଯୋଜନା ବାଟବଣା ହୋଇଯାଇଛି। ଗୋଟିଏ ଏଫ୍ ଏଲ୍ ଏନ୍ କୋଠରୀ ପାଇଁ ସରକାରୀ ଆକଳନ କେତେ, କେଉଁଥିରେ କେତେ ଖର୍ଚ୍ଚ ହେବ, କି କି କାମ ହେବ ତା’ର ଗାଇଡ୍ ଲାଇନ୍ ଗୋପନ ରଖି କାମ ଚାଲିଛି। ଠିକାଦାର ଓ ଶିକ୍ଷା ଅଧିକାରୀ ପଣସ ଖାଇ ପ୍ରଧାନ ଶିକ୍ଷକ ଙ୍କ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରୁଛନ୍ତି।ଫାଙ୍କା କାର୍ଯ୍ୟ ସମ୍ପନ୍ନ ପ୍ରମାଣ ପତ୍ରରେ ଶିକ୍ଷକ ମାନଙ୍କୁ ଦସ୍ତଖତ ମଗା ଯାଉଛି। ଶିକ୍ଷକ ମନାକଲେ ତାଙ୍କୁ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଛି। ବିଦ୍ୟାଳୟ ର ବିଭିନ୍ନ ଅନୁଦାନ କର୍ତ୍ତନ କରା ଯାଉଛି। ସୂଚନା ଅନୁଯାୟୀ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନର୍ଲାରୋଡ଼ ର ଜଣେ ଅସାଧୁ ଲାଭ ଖୋର ଠିକାଦାର ଙ୍କୁ ଦୁଇଟି ବ୍ଲକ ରେ କାର୍ଯ୍ୟ ତୁଲାଇବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ ଠିକାଦାର ଙ୍କ ଲୋକମାନେ ଆସି ଏହି କାର୍ଯ୍ୟ କରୁଥିବା ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପୃକ୍ତ ଠିକାଦାରଙ୍କ ଯେଉଁ ମାନେ କି ଜଣେ ଜଣେ ପାୱାର ଦେଖାଇ ଠିକାଦାର ପୋଷା ନୀତି ସହିତ ନିଜ ପେଟ ପୋଷିବା ପାଇଁ ସହାୟତା ଯୋଗାଉଥିବା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।ଏହି କାର୍ଯ୍ୟ ରେ ଏତେ ହରିଲୁଟ୍ ହେଇଛି ଯେ ,ଏହା ୫ଟି ଘୋଟାଲାକୁ ବି ବଳି ଯିବ ବୋଲି ଶିକ୍ଷାବିତ୍ ଓ ଶିକ୍ଷା ବିଶେଷଜ୍ଞ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏଠି ମୂକ ଦର୍ଶକ ସାଜିଛି ଦିଲ୍ଲୀର ପିରାମଲ୍ ଫାଉଣ୍ଡେସନ୍, ଯେଉଁ ସଂସ୍ଥା କୁ ଏହାର ତଦାରଖ ଦାୟିତ୍ଵ ଦିଆ ହୋଇଛି। ଏହି ଦୁର୍ନୀତି କୁ ଆଶ୍ରୟ ଦେବା ପଛରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଫିସର ବରିଷ୍ଠ ବୈଷୟିକ ପରାମର୍ଶଦାତା ଙ୍କ ହାତ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି, ଏଭଳି ଦୁର୍ନୀତି କୁ ରୋକିବାକୁ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲା ରୁ ଏହି କାର୍ଯ୍ୟ ର ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିବା ଫଳରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଫାଙ୍କା ପ୍ରମାଣ ପତ୍ରରେ ଦସ୍ତଖତ ନେଉଥିବାରୁ ଶିକ୍ଷକ ମାନଙ୍କ ଆଖିରୁ ନିଦ ହଜିଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଠିକାଦାର ଦସ୍ତଖତ ଅଭିଯାନ ତୀବ୍ରତର କରିଛନ୍ତି। ଶିକ୍ଷକଙ୍କୁ କାମ ଦେଇନାହାନ୍ତି କି ବିଲ୍ ଭାଉଚର୍ ଦେଖିନାହାନ୍ତି କିନ୍ତୁ ଦସ୍ତଖତ କରିବାକୁ ବାଧ୍ୟ ବୋଲି ନାଲି ଆଖି ଦେଖାଉଛନ୍ତି ଏଠି ଠିକାଦାର ଓ ଅଧିକାରୀ ମିଳି ମିଶି କୋଟି କୋଟି ଟଙ୍କା ସରକାରୀ ଅର୍ଥ ଲୁଟ କରି ଚମ୍ପଟ ମାରିବା ଆଗରୁ ଜିଲ୍ଲାପାଳ ତଥା ରାଜ୍ୟ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସର୍ବସାଧାରଣରେ ଦାବି କରୁଛନ୍ତି।ଆପଣ ମାନେ ଜାଣି ରଖିବା ଉଚିତ ଜ୍ୟ ଓ କେନ୍ଦ୍ର ସରକାର ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ଏଫ, ଏଲ, ଏନ ଯୋଜନାରେ ସ୍କୁଲ ଗୃହ ଓ ଶୌଚାଳୟ ନିର୍ମାଣ, ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସ୍କୁଲ କୋଠା ମରାମତି ବିଭିନ୍ନ ଶିକ୍ଷଣୀୟ କିଟ୍, ଲାଇବ୍ରେରୀ, ଚେୟାର ଟେବୁଲ୍ କ୍ରୟ କରିବା ବିଜୁଳି ସଂଯୋଗ ସ୍ମାର୍ଟ କ୍ଲାସ ପାଇଁ ଏଲ.ଇ.ଡି ଟିଭି ଭଳି ଅନେକ ଜିନିଷ କ୍ରୟ ଓ ନିର୍ମାଣପାଇଁ ଏଫ୍ ଏଲ୍ ଏନ ଯୋଜନାରେ ବ୍ୟବସ୍ଥା ରଖିଛନ୍ତି କିନ୍ତୁ ଏହି ଯୋଜନା କେବଳ ଧର୍ମକୁ ଆଖି ଠାର ବୋଲି ମନେ ହେଉଛି କାରଣ ଲାଞ୍ଜିଗଡ଼ ଓ ନର୍ଲା ବ୍ଲକରେ ଜଣେ ଧୃତ ଲାଭ ଖୋର ଠକ ବ୍ୟବସାୟୀ ଜିଲ୍ଲା ଓ ବ୍ଲକ ସ୍ତର ର ବିଭାଗୀୟ ଅଧିକାରୀ ମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଏହି ଯୋଜନା କାର୍ଯ୍ୟ ରେ କୋଟି କୋଟି ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି! ସୂଚନା ଯୋଗ୍ୟ ଅନେକ ସ୍କୁଲ ରେ ଶୌଚାଳୟ ନିର୍ମାଣ ନ କରି ମିଥ୍ୟା ବିଲ କରାଯାଇଥିବା ବେଳେ କିଛି ସ୍କୁଲ ରେ ଚୂନ କଲର୍ ମାରି ଦିଆଯାଇ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରାଯାଇଥିବାର ଅଭିଯୋଗ ହୋଇଛି । ଏପରି ସ୍ଥଳେ ଅନେକ ସ୍କୁଲ ର ପ୍ରଧାନ ଶିକ୍ଷକମାନେ ନାମ ଗୋପନ ରଖି ଏହି ଯୋଜନା ରେ ଜଣେ ଅସାଧୁ ଠିକାଦାରଙ୍କ ସହ ମିଶି ବ୍ଲକ ବିଇଓ ଏବଂ ଏବିଇଓ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଏହି ଯୋଜନାର ଅର୍ଥ ହରିଲୁଟ କରିବାରେ ସଂପୃକ୍ତ ଥିବା କହିଛନ୍ତି ।ଏଣୁ ଏହି ଏଫ୍ ଏଲ୍ ଏନ ଯୋଜନାରେ ହୋଇଥିବା ମହା ଦୁର୍ନୀତି ର ତଦନ୍ତ ପାଇଁ ଜିଲ୍ଲାପାଳ କଳାହାଣ୍ଡି ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page