କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

କଳାହାଣ୍ଡି,୧୧|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାନୁୟାରୀ ୧ରୁ ୩୧ ତାରିଖ ଯାଏଁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏପରିସ୍ଥଳେ କଳାହାଣ୍ଡି ଜିଲାରେ ସଡ଼କ ସୁରକ୍ଷା ମାସର ଦ୍ୱତୀୟ ସପ୍ତାହରେ ଧର୍ମଗଡ ଅଞ୍ଚଳ ରୁ ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜଣାପଡିଛି। ସେହିପରି ୫୩ ଟି ଗାଡିର ମାମଲା ରୁଜୁ କରା ଯାଇଥିବା ବେଳେ ଏହି ଗାଡି ମାନଙ୍କ ମଧ୍ୟରୁ ବିନା ହେଲମେଟରେ ବାଇକ ଚଳାଇଥିବା ୪0 ଜଣଙ୍କୁ,

ବିନା ସିଟବେଲ୍ଟ ଗାଡି ଚାଲାକ ୬, ଭାରିଜାନ ୨, ବିନା ପରମିଟ ୩, ମଦ ପିଇ ଗାଡି ଚଳାଉଥିବା ୨ |ଏଭଳି ମୋଟ ୫୩ ଟି ଗାଡି କୁ ଚଲାନ କାଟି ମୋଟ ୪ ଲକ୍ଷ ୧୫ ହଜାର ଟଙ୍କା କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ଶନିବାର ଆଦାୟ କରାଯାଇଛି | ଆଗକୁ ମଧ୍ୟ ଏହି ଧରପଗଡ ଜାରି ରହିବ। ସେଥିପାଇଁ ସମସ୍ତେ ସଡକ ସୁରକ୍ଷା ନିୟମ ମାନି ସୁରକ୍ଷିତ ଭାବେ ଯାତ୍ରା କରନ୍ତୁ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସୂଚନା ଦିଆ ଯାଇଛି |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page