କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ଓଡ଼ିଆ ଭାଷା ସାହିତ୍ୟର ମୁଖ୍ୟ ପୂରୋଧା

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସାହିତ୍ୟିକ, କବି, ଔପନ୍ୟାସୀକ ତଥା ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବା ମହାନ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ 137 ତମ ଜୟନ୍ତୀ ସ୍ଥାନୀୟ ମୁଖ୍ୟ ମହାଡାକପାଳଙ୍କ କାର୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ ସଭା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଆମେ ଭୁବନେଶ୍ୱରର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି I ଅଭିଯାନର ଅଧ୍ୟକ୍ଷ, ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଆୟୋଜିତ କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଆମେ ଭୁବନେଶ୍ୱର ସଭାପତି ନରେନ ସାହୁ,ଭାଷାପ୍ରାଣ କବି ପ୍ରବୀର ମହାନ୍ତି ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ କାନ୍ତକବିଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ I ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ ଯେ “ବନ୍ଦେ ଉତ୍କଳ ଜନନୀ “ର ସ୍ରଷ୍ଟା ଭାବେ, ଓଡ଼ିଆ ଭାଷା ସାହିତ୍ୟ ଓ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ତଥା ତାଙ୍କ କାଳଜୟୀ ରଚନା ସମଗ୍ର ମାନବ ଜାତି ପାଇଁ ଚିର ସ୍ମରଣୀୟ ଓ ଆଦର୍ଶ ହୋଇ ରହିବ I ବୁଢା ଶଙ୍ଖାରି, ଜାତୀୟ ପତାକା ପ୍ରମୁଖ ରଚନା ତାଙ୍କୁ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି I ଆଜିର ଯୁବପିଢ଼ୀ ଏହିପରି ମହାନ ବ୍ୟକ୍ତିଙ୍କ ପଦାଙ୍କ ଅନୁସରଣ କରିବା ଆବଶ୍ୟକ I କାର୍ୟ୍ୟକ୍ରମକୁ ପୂଜ୍ୟପୂଜା ପ୍ରାଣ ସଞ୍ଜୟ ପରିଡା, ଅମିତ ପାତାଳ ସିଂ, ରମେଶ ପାତାଳ ସିଂ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News