କାହା ସ୍ବାର୍ଥ ରେ ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଗାଇଦର ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ

କଳାହାଣ୍ଡି,୨୨/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ବୋରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଇଦର ଗ୍ରାମରେ ବସୁଧା ପାନୀୟ ଜଳ ଯୋଗାଣ ଦୀର୍ଘ ୩,ରୁ ୪,ବର୍ଷ ହେଲା ଅଧ ପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ସୂଚନା ଯୋଗ୍ୟ ଯେ ଅଟକଳ ମୂଲ୍ୟ ଟ,୯୫,୫୯,୨୪୯ ନିର୍ମିତ ବସୁଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ଭାବରେ ପଡ଼ି ରହିଛି।କିନ୍ତୁ କାର୍ଯ ଶେଷ ତାରିଖ ୦୯/୦୪/୨୦୨୩ ରେ ଶେଷ ହେବା କଥା ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରକଳ୍ପଟି କାହା ସ୍ବାର୍ଥ ରେ ପଡ଼ିରହିଛି ତାହା ଏବେ ପର୍ଯ୍ୟନ୍ତ ଗ୍ରାମବାସୀ ଜାଣି ପାରୁନାହାନ୍ତି। ଫଳରେ ଗ୍ରାମ ବାସି ପାଣି ପାଈ ହଇରାଣ ହରକତ ହେଉଛନ୍ତି ।ଗାଇଦର ଗ୍ରାମ ର ଜନସଂଖ୍ୟା ପାଖାପାଖି ୧୦୦୦ ରୁ ଉର୍ଦ୍ଧ ଲୋକ ବସୁଧା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ।ଗ୍ରାମବାସୀ ବାରମ୍ବାର ଜେ. ଈ ଓ ଠିକାଦାର ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାମରେ ଆସୁନି ।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ ଆଣିଲେ ମଧ୍ୟ ତାହା ଜନସାଧାରଣଙ୍କ କାମରେ ଆସୁନି ସବୁ ଅଧା ହେଇ ରହିଯାଉଛି ।କିଛି ଦିନ ତଳେ ସରପଞ୍ଚ ମହୋଦୟ ଙ୍କୁ ଏ ବାବଦରେ ଗ୍ରାମବାସୀ ଅଭିଯୋଗ କରିଥିଲେ କିନ୍ତୁ ସରପଞ୍ଚ ଆଶ୍ୱାସନା ଦେଇଥିଲେ ହେବବୋଲି ହେଲେ ଏବେ ପର୍ଯ୍ୟନ୍ତ କୌଣସି କାମ ଆଗକୁ ଯାଇନି ଯେମିତି ଥିଲା ସେମିତି ଅବସ୍ଥାରେ ପଡ଼ି ରହିଛି ।
ଏବେ ଗ୍ରାମବାସୀ ଙ୍କ ପ୍ରଶ୍ନ ଉଠୁଛି ଯେ କାହା ସ୍ବାର୍ଥ ରେ ଆଜିଯାଏଁ ବସୁଧା ପାନୀୟଜଳ ଯୋଗାଣ ଦୀର୍ଘ ବର୍ଷ ହେଲା ପଡ଼ି ରହିଛି । ଗ୍ରାମବାସୀ ଙ୍କ ଅଭିଯୋଗ ଯେ ଗାଁ ରେ ଥିବା ନଳକୂପ ରୁ ପାଣି ଭଲସେ ଆସୁନି ସବୁ ପୁରୁଣା ହେଇଗଲାଣି ଛୋଟ ଛୋଟ ଲୁହା ଗୁଣ୍ଡ ସବୁ ବାହାରୁଛି ଫଳରେ ପାଣି ପାଈ ଗ୍ରାମବାସୀ ବହୁତ୍ ହଇରାଣ ହେଉଛନ୍ତି ତେଣୁ ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଏହି ବସୁଧା ପ୍ରକଳ୍ପ କୁ ଚାଲୁ କରିବେ ବୋଲି ଗାଇଦାର ଗ୍ରାମବାସୀ ଙ୍କ ଦାବି ହେଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page