ବଲାଙ୍ଗିର: କେନ୍ଦୁପତ୍ର ହେଉଛି ପଶ୍ଚିମ ଓଡ଼ିଶାର ସବୁଜ ହୀରା।ଏହା ପଶ୍ଚିମ ଓଡ଼ିଶାରେ ବହୁ ମାତ୍ରାରେ ମିଳେ।ପଡ଼ିଆ ଜମିରେ କେନ୍ଦୁପତ୍ର ଉଠିଥାଏ।ବୁଦା ବୁଦା ହୋଇ ବିକ୍ଷିପ୍ତ ଭାବରେ ପଡ଼ିଆ ଜମି ମାନଙ୍କ ରେ ସବୁଜ ପତ୍ର ଆଚ୍ଛାଦିତ ହୋଇଥାଏ।ଜଙ୍ଗଲ ବିଭାଗର ଏକ ଅଂଶ କେନ୍ଦୁପତ୍ର ବିଭାଗ ଏହାର ସମ୍ପୂର୍ଣ ଦାୟିତ୍ଵ ବହନ କରେ।ଶ୍ରମିକଙ୍କ ଦ୍ଵାରା ପ୍ରଥମେ ପୁରୁଣା ବୁଦା ଗୁଡ଼ିକୁ କଟା ଯାଇଥାଏ।ବୁଦା କଟେଇ କୁ ବୁଶ କଟିଙ୍ଗ କୁହାଯାଏ।ଏହି କାର୍ଯ୍ୟରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।ବୁଦା କଟା ସରିଲା ପରେ ସେହି ବୁଦା ମାନଙ୍କରେ ପୁନଃ କଅଁଳ ପତ୍ର ହୁଏ।ଏହି ପତ୍ର ତୋଳିବା ପରିସ୍ଥିତିକୁ ଆସିଲେ ତାକୁ ପୁଣି ଶ୍ରମିକଙ୍କ ଦ୍ଵାରା ତୋଳା ଯାଏ।ସେହି ପତ୍ର କୁ ପତ୍ର ତୋଳାଳୀ ମାନେ କେରୀ କେରି କରି ବାନ୍ଧି କେନ୍ଦୁପତ୍ର ବିଭାଗକୁ ମୁନସୀ ଚପରାସିଙ୍କ ମାଧ୍ୟମରେ ଗଣନା କରି ଦେଇଥାନ୍ତି।ପତ୍ରକୁ କେରି ଏବଂ ଚଟ୍ଟା ଭାବରେ କେନ୍ଦୁପତ୍ର ବିଭାଗ ତୋଳାଳୀ ମାନଙ୍କ ଠାରୁ କିଣି ଥାଏ।ଏହି ପତ୍ର କିଣାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି।କଞ୍ଚା ପତ୍ରକୁ ବିଡା ବିଡା କରି ଜମିରେ ଖୋଲା ଆକାଶ ତଳେ ଶୁଖାଯାଏ।ଶୁଖିଲା ପରେ ପତ୍ର କୁ ସଂଗ୍ରହ କରି ପତ୍ର ଫଡ଼ି କୁ ନିଆଯାଏ।ପତ୍ର ତୋଳାଳୀଙ୍କ ଠାରୁ ପତ୍ର କିଣିଲା ପରେ ପତ୍ରକୁ ଶୁଖାଇ ଫଡିକୁ ନେବା କେନ୍ଦୁପତ୍ର ବିଭାଗର ଦାୟିତ୍ଵ।ଏହାପରେ ଲକ୍ଷାଧିକ ଟଙ୍କା ପତ୍ର ବନ୍ଧେଇ ରେ ଖର୍ଚ୍ଚ ହୁଏ। ଗୋଚ୍ଛା କଟେଇ ସାଧାରଣତଃ ଫେବୃଆରୀ ମାସରେ ହୁଏ।ପ୍ରାୟ ଏପ୍ରିଲ,ମେ ମାସରୁ ପତ୍ର ତୋଲା ହୋଇଥାଏ।ପଶ୍ଚିମ ଓଡ଼ିଶାରେ ସାଧାରଣତଃ ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ମାସରୁ ଅନୁଭୂତ ହୋଇଥାଏ। ଅତ୍ୟଧିକ ଗ୍ରୀଷ୍ମ ର ପ୍ରଭାବରେ କାଳବୈଶାଖୀ ହୋଇଥାଏ।ଏଣୁ ପବନ ବର୍ଷା ର ସମ୍ଭାବନା ଥାଏ।ବର୍ଷା ଏବଂ କରା ମାଡ଼ରେ ବୁଦା ରେ ଥିବା ପତ୍ର ଗୁଡ଼ିକ ନଷ୍ଟ ହୁଏ।କେବେ କେବେ ପତ୍ର ମାନଙ୍କ ରେ ମାତା ହୋଇ ନଷ୍ଟ ହୋଇଯାଏ।ଲକ୍ଷାଧିକ ଟଙ୍କାର ବୁଶ କଟେଇ କ୍ଷତି ହୁଏ।ପତ୍ରତୋଳାପରେ କେବେ କେବେ କାଳବୈଶାଖୀ ପ୍ରଭାବରେ ଜମି ମାନଙ୍କରେ ସୁଖାଯାଇଥିବା ପତ୍ର ପବନରେ ଉଡ଼ି ଯାଇଥାଏ।ଅଦିନିଆ ବର୍ଷା ଜଳରେ ପତ୍ର ଭିଜି ନଷ୍ଟ ହୋଇଯାଇଥାଏ।ଯଦ୍ୱାରା ସରକାର ଙ୍କ କୋଟି କୋଟି ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇ ଯାଇଥାଏ।ବର୍ଷ ବର୍ଷ ଧରି ସରକାର କେନ୍ଦୁପତ୍ର ବ୍ୟବସାୟ କରି ଶତ ପ୍ରତିଶତ ରାଜସ୍ବ ଗୋଟାଉଛନ୍ତି।ହେଲେ ବିଭାଗ କୋଟି କୋଟି ଟଙ୍କା ର ସମ୍ପତ୍ତି(କେନ୍ଦୁପତ୍ର)କୁ ଖୋଲା ଆକାଶ ତଳେ ଛାଡ଼ି ନିର୍ଭୀକ ନିଦ୍ରା ରେ ଶୋଉଥିବା ସରକାରୀ ଅର୍ଥ ର ଅପବ୍ୟବହାର।ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ କେନ୍ଦୁପତ୍ର ବିଭାଗର ସ୍ଥାୟୀ ଫଡ଼ି ନ ଥିବାରୁ ସମୟ ସମୟରେ ନିଆଁ ଲାଗି ଆମଦାନୀ କରାଯାଇଥିବା କୋଟି କୋଟି ଟଙ୍କାର କେନ୍ଦୁପତ୍ର ପୋଡ଼ି ଛାରଖାର ହୋଇଯାଏ।ପ୍ରକୃତ ରେ ନିଆଁ ଲାଗି ପୋଡିଛି ନା ନିଆଁ ଲଗେଇ ମିଛରେ କିଣା ଯାଇଥିବା ପତ୍ରକୁ ପୋଡ଼ି ପାଉଁଶ କରି ସରକାରୀ ବାବୁ ମାନେ ମାଲେମାଲ ହେଉଛନ୍ତି କି,ଏହାର ସରଜମିନ ତଦନ୍ତର ଆବଶ୍ୟକତା ଥିବା ବେଳେ ବିଭାଗର ତୁ ତ ମୁତୁରୀ ମୁଁ ତ ମୁତୁରୀ ଉପାଖ୍ୟାନ ଦେଖିବାକୁ ମିଳୁଛି।କେନ୍ଦୁ ପତ୍ର ବିଭାଗରେ ଥିବା ଅଧିକାରୀ,ମୁନସୀ,ଚପରାସି ବେଶ୍ ମାଲେ ମାଲ ହେଉଥିବା ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ଏହି ବ୍ୟବସାୟରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର ଦାୟିତ୍ବ ରେ ଥିବା କର୍ମଚାରୀ ମାନଙ୍କ ଅବହେଳା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ ସମୁଲେ ବ୍ୟବସାୟ କୁ କ୍ଷତି ରେ ପହଞ୍ଚାଇଥାଏ।ଏଣୁ କଥାରେ ଅଛି ସରକାର କି ମାଲ ଦରିଆ ମେଁ ଡାଲ୍।ସରକାର କୋଟି କୋଟି ଟଙ୍କା ଏହି ବ୍ୟବସାୟ ରେ ବିନିଯୋଗ କରି କୋଟି କୋଟି ଟଙ୍କା ଆମଦାନୀ କରି ଏକ ବଡ ଧରଣର ରାଜସ୍ବ ପାଉଛନ୍ତି।ଏଣୁ ପତ୍ର ତୋଳା ପରେ ପତ୍ର କୁ ସୁରକ୍ଷାରେ ସୁଖାଇବା ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କଲେ ହେଉଥିବା କୋଟି କୋଟି ଟଙ୍କାର କ୍ଷୟକ୍ଷତି ତଥା ବାଟମାରଣା କୁ ରୋକାଯାଇ ପାରନ୍ତା। ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିବେ ବୋଲି ଜନସାଧାରଣ ଙ୍କ ମଧ୍ଯ ରେ ଚର୍ଚ୍ଚା ଜୋର୍ ଧରିଛି l ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
କୋଟି କୋଟି ଟଙ୍କାର ସମ୍ପତ୍ତି, ସବୁଜ ହୀରା ପଡ଼ି ରହିଛି ଖୋଲା ଆକାଶ ତଳେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ
ଚାନ୍ଦବାଲି: ପ୍ରଥମଥର ପାଇଁ ଚାନ୍ଦବାଲି ବ୍ଲକରେ ଯୋଗପ୍ରଶିକ୍ଷଣ ମାନଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଥିଲା | ବୈଠକରେ ଜିଲ୍ଲାସଭାପତି ସୁରେଶ ନାୟକ, ଉପଦ୍ରେଷ୍ଟା ରମାକାନ୍ତ ପାଣୀଗ୍ରାହୀ, ସମ୍ପାଦକ ସୂର୍ଯ୍ଯକାନ୍ତ ନାୟକ ଏବଂ ମହାନ ଯୋଗୀ ତଥା ଆଦରଣୀୟ ବଡଭଉଣୀ ଗୀତାରାଣୀ ସାଙ୍କ
ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନ: ସାମାଜିକ ସଂଗଠନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାବା ଝରଣେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ ଓ ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା,
ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ପ୍ରାକ୍ତନ ବିଧାୟକ, କୃଷି ଓ କୃଷକ ଆନେ୍ଦାଳନର ସମର୍ପିତ କାଣ୍ଡାରୀ, ଶିକ୍ଷାବିତ, ସଂଗଠକ ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଖାରବେଳନଗର ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ
ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର ଜାତିର ପିତା ମହାତ୍ମାଗାନ୍ଧୀଙ୍କ 157 ତମ ଜୟନ୍ତୀ ବିଧାନସଭା ପରିସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଓଡିଶାର ମହାମହିମ ମାନ୍ୟବର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ
ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ
ଭୁବନେଶ୍ୱର ଶିଶୁ ପ୍ରତିଭା ଦିବ୍ୟାଂଶୁ ଶେଖର ସାହୁ ମାତ୍ର 5 ବର୍ଷ 11 ମାସର ବିଦ୍ୟାର୍ଥୀ ଇଣ୍ଡିଆ ବୁକଅଫ ରେକର୍ଡସ ଅନଲାଇନ ପ୍ରତିଯୋଗିତାରେ ନିଜର ଜ୍ଞାନ, ବୁଦ୍ଧିମତ୍ତା ପାଇଁ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନସହ ସମ୍ବର୍ଦ୍ଧିତ ହୋଇଛନ୍ତି l ଚଳିତ ମାସରେ
ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ
ଆଧୁନିକ ବାଳକାଟୀ ନିର୍ମାଣରେ ସତ୍ୟପ୍ରିୟ ମହାନ୍ତିଙ୍କ ଅବଦାନ ପ୍ରତାପଶାସନ ବାଳକାଟୀ ଗୋଟିଏ ଐତିହାସିକ ଗ୍ରାମ । ଭୁବନେଶ୍ୱର ଠାରୁ ଅଳ୍ପ ଦୂରତାରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ଗଢିଉଠିଥିବା ଏକ ଐତିହାସିକ ଗ୍ରାମ ହେଉଛି ଏହି ବାଳକାଟୀ। ଶ୍ରୀକ୍ଷେତ୍ର ଏବଂ ଖୋର୍ଦ୍ଧାଗଡକୁ ଯାଇଥିବା
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଟ୍ରାଏଲ ଇରିଗେସନ ଆରମ୍ଭ
ବଲାଙ୍ଗୀର: ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି। ଡ୍ୟାମର ଦ୍ୱିତୀୟ ବନ୍ୟା
ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନା
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ମାସିକ ସମୀକ୍ଷା ବୈଠକ ଓ "ଆସ ଉଦ୍ୟୋଗୀ ହେବା "ଶୀର୍ଷକ ଆଲୋଚନାଚକ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ
ବରନାଳୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନ: ସରକାରୀ ଉଚ୍ଚ ବିଦ୍ୟାଳୟ ବରନାଳୀଠାରେ ଶିକ୍ଷକ ରଂଜନ କୁମାର ଷଣ୍ଢ, ଶିକ୍ଷୟିତ୍ରୀ ଉର୍ମିଳା ରଣାଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ର
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା
ପୂଜ୍ୟପୂଜା ଉତ୍କଳର ପାତାଳଭେଦି ସଂସ୍କୃତି: ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଭୁବନେଶ୍ୱର : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିପଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ
ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ଓ ପେନସନ୍ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ, ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟବୀମା
ଶିକ୍ଷାବିତ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧନା
ବଡମ୍ବା/ନରସିଂପୁର: ପ୍ରଜାଗର ପ୍ରଜାଶକ୍ତି ପ୍ରତିଭାସ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବଡମ୍ବା ଅନ୍ତର୍ଗତ ତେଲେଣିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମାଜସେବୀ, ସାରସ୍ୱତ ଶିକ୍ଷାବିତ ଚିତ୍ତରଞ୍ଜନ ପ୍ରହରାଜଙ୍କୁ ଉଲ୍ଲେଖନୀୟ ଶିକ୍ଷାପ୍ରଦାନ, ସମାଜସେବା ପାଇଁ ଅରାଟ -ବୃହଦମ୍ବା ଶିକ୍ଷକ ଗୌରବ ସମ୍ମାନ 2025 ପ୍ରଦାନ
ରେଙ୍ଗାଳିଡ୍ୟାମ ଛକରେ ବାଇକ ଧକ୍କାରେ ୨ ଗୁରୁତର
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ବଡ଼କାଠିଆସ୍ଥିତ ରେଙ୍ଗାଳିହୁଡ଼ା ଛକଠାରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଦିବା ୧୧ ରୁ ୧୨ ଘଟିକା ସମୟରେ ବଡ଼କାଠିଆ-ଓଡ଼ିଶ ଗ୍ରାମ ଦେଇ ଯାଇଥିବା
ମହିମାସେବା ଫାଉଣ୍ଡେସନର ଷଷ୍ଠ ସ୍ୱନକ୍ଷତ୍ର ଅନୁଷ୍ଠିତ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ "ମହିମା ସେବା ଫାଉଣ୍ଡେସନ "ପକ୍ଷରୁ ଷଷ୍ଠ ସ୍ୱନକ୍ଷତ୍ର ଦିବସ ଅନ୍ଧାରୁଆ ସ୍ଥିତ ପ୍ରବୁଦ୍ଧପାହାଡ଼ ଠାରେ ଥିବା ସତ୍ୟ ମହିମା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି I ପ୍ରାତଃ ସମୟରେ ଶୂନ୍ୟ ମହିମା ପ୍ରଭୁ ଙ୍କୁ ପ୍ରଦ୍ବୀପ ପ୍ରଜ୍ବଳନ
୨୬ରୁ “ପ୍ରୟାସ”ର ନବରାତ୍ର ଦାଣ୍ଡିଆ ମେହାତ୍ସବ
ଭୁବେନଶ୍ୱର: ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଦ୍ୱାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ସେପ୍ଟେମ୍ବର ମାସ ୨୬ ରୁ ଅକ୍ଟୋବର ୨ ତାରିଖ (ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜଧାନୀ
ଦୁର୍ଘଟଣାରେ ଔଷଧ ଦୋକାନୀ ମୃତ
ଯାଜପୁର: କଟକ ଘରୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ଔଷଧ ଦୋକାନୀ ମାଲିକ ମନୋଜ କୁମାର ରାଉତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା କାଳିଆପାଣି ଅଂଚଳର କଲରଙ୍ଗିଅତା ତାରିଣୀ ମାର୍କେଟ ସ୍ଥିତ ବୈକୁଣ୍ଠ ମାର୍କେଟ କମ୍ପେ୍ଲକ୍ସ ରେ
ଶିଶୁ ପ୍ରତିଭା ଅଭିଷ୍କା ଷଣ୍ଢଙ୍କୁ ସମ୍ବର୍ଦ୍ଧନା
ଭୁବନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନିଜର ସ୍ଥାନ ପାଇଥିବାରୁ କୁନି ଝିଅ ଅଭିଷ୍କାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କୋମଳ ବୟସରେ ବହୁ ଜ୍ଞାନ ଆହରଣ କରିପାରିଥିବାରୁ ତାଙ୍କୁ ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ମିଳିପାରିଛି। ତେଣୁ ଅଭିଷ୍କାଙ୍କୁ ନିଜ
ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ଜିଏସଟି ଉଚ୍ଛେଦକୁ ଗ୍ରାହକ ଓ ଶିଳ୍ପ ପାଇଁ ଲାଭଦାୟକ ଭାବେ ପ୍ରଶଂସା
ଭୁବେନଶ୍ୱର: କେନ୍ଦ୍ର ଅଥର୍ମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଏସଟି ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଘୋଷଣା କରିଛନ୍ତି ଯାହା ଫଳରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ସାମଗ୍ରୀ ଏବଂ ସେବା କର (ଜିଏସଟି) ଉଚ୍ଛେଦ କରାଯାଇଥିବା ବେଳେ ବୀମା କମ୍ପାନିମାନଙ୍କୁ
କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ମହିଳା ବର୍ଗ ପାଇଁ କ୍ରୀତି ସାନନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଘୋଷଣା
ଭୁବେନଶ୍ୱର/କଟକ: ଦେଶର ଅଗ୍ରଣୀ ସ୍ପୋଟର୍ସ ଓ ଆଥିଲିଜର ଫୁଟଓୟାର ବ୍ରାଣ୍ଡ କ୍ୟାମ୍ପସ ଆକ୍ଟିଭ ଓୟାର ପକ୍ଷରୁ ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ ଅଭିନେତ୍ରୀ କ୍ରୀତି ସାନନଙ୍କୁ କମ୍ପାନିର ମହିଳା ବର୍ଗର ଉତ୍ପାଦ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି। ଏହି
ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନ: ଓଡ଼ିଶ ଗ୍ରାମ ପଂଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିବା ଦେଖିବାକୁ ମିଳିଛି । ପୋଷାକ ବିତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଝରଣେଶ୍ୱର ମହାଦେବଙ୍କ ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଟ୍ରାଏଲ ଇରିଗେସନ ଆରମ୍ଭ
