ଖମାରହଳଦୀ ଗ୍ରାମପଞ୍ଚାୟତ ରେ  ସୁଭଦ୍ରା ଶୋଭାଯାତ୍ରା  

ଧର୍ମଗଡ  ୦୫/୦୩/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ) : ସୁଭଦ୍ରା ସହିତ ସାମିଲ ହେବା, ଓଡିଶାର ସମ୍ବୃଦ୍ଧିିର ମଙ୍ଗ ଧରିବା, ସୁଭଦ୍ରା ସହାୟତା ଦେଲେ ଆମ ସରକାର,, କୋଟିଏ ମହିଳାଙ୍କ ସ୍ବପ୍ନ ହେଲା ସାକାର ଏହି ନାରା ଦେଇ ଆଜି ଖମାରହଳଦୀ ଗ୍ରାମ ପଞ୍ଚାୟତ ଠାରୁ ଗ୍ରାମପଞ୍ଚାୟତ ସ୍ତରୀୟ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ MBK,CRP , ପ୍ରମୁଖ ଏକ ଶୋଭା ଯାତ୍ରାରେ ବାହାରି ଗ୍ରାମକୁ ପରିକ୍ରମା କରିଥିଲେ। ପରେ ଏକ ସଭା ର ଅୟୋଜନ କରଯାଇଥିଲା। ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଂଜନ ପଣ୍ଡାଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କବି ଓ ସାମ୍ୱାଦିକ ଜନ୍ମେଜୟ ନାଏକ ଯୋଗଦାନ କରିଥିଲେ। ପ୍ରଥମେ ଏମ.ବି.କେ ମହୋଦୟା ସୁଶୀଳା ଖମାରୀ ଉପସ୍ଥିତ ଅତିଥି ଓ ସମସ୍ତ ମହିଳା ମାନଙ୍କୁ ସମ୍ବୋଧନ ଜଣାଇଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ନାଏକ ସୁଭଦ୍ରା ଯୋଜନା ରେ ପ୍ରତ୍ୟେକ ମହିଳା ମା ମାନେ  ସରକାର ଙ୍କ ସୁଭଦ୍ରା ଯୋଜନା ରେ  ସମସ୍ତେ ସାମିଲ ହୋଇ ମିଳୁଥିବା ସହାୟତାରେ କିପରି ନିଜେ ସ୍ୱାଭିଲମ୍ଭି ହୋଇ ତୃଣମୂଳ ସ୍ତରରୁ ଆଗକୁ ଯିବେ ସେହି ସଂପର୍କରେ ନିଜ ମନ୍ତବ୍ୟ ରେ ପରି ପ୍ରକାଶ କରିଥିଲେ। ସେଭଳି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରି ପଣ୍ଡା ମଧ୍ୟ ନିଜ ମନ୍ତବ୍ୟରେ କହିଛନ୍ତି ସୁଭଦ୍ରା ଏକ ଅମୃତମୟୀ ଯୋଜନା , ସମୃଦ୍ଧମୟ ଓଡିଶା ର ଇତିହାସ ପୃଷ୍ଠାରେ ଆଉ ଏକ ସ୍ୱର୍ଣୀମ ପୃଷ୍ଠା ଯୋଡ଼ି ହୋଇଯାଇଛି । ତେଣୁ ଏହି ଯୋଜନାରେ କୌଣସି ମା ଯେପରି ବାଦ ନ ପଡ଼ନ୍ତୁ ସେଥିପ୍ରତି ମଧ୍ୟ ଅବଗତ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page