ଗୁଗୁଲ ମ୍ୟାପ୍ ହେଲା କାଳ, ପୋଲ ଦଳକୁ ଖସି ଚାଲିଗଲା ୩ ଜୀବନ

ବରେଲି: ଗୁଗୁଲ ମ୍ୟାପ୍ ଯୋଗୁଁ ଚାଲିଗଲା ୩ ମୂଲ୍ୟବାନ ଜୀବନ। ଏମିତି ଏକ ଅଭାନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ। ସେମାନେ ଗୁଗୁଲ ଦେଖାଉଥିବା ବାଟରେ ଏକ ୱାଗନର୍‌ କାର ନେଇ ଯାଉଥିବାବେଳେ । ତେବେ ଏହି ବାଟଟି ନଦୀ ମଧ୍ୟ ଦେଇ ଏକ ପୋଲ ଦେଇ ଯିବାକୁ ପଡିବ ବୋଲି ଦର୍ଶାଇଥିଲା। କିନ୍ତୁ ଏହି ପୋଲଟି ନଦୀର ଅଧା ପର୍ଯ୍ୟନ୍ତ ଚାଲିଛି। ପୋଲଟି ଅଧାରୁ ନିର୍ମାଣ ବନ୍ଦ ରହିଛି। ସେମାନେ କାର୍‌ଟିକୁ ଗୁଗୁଲର ଏହି ମ୍ୟାପ୍ ଦ୍ୱାରା ନିର୍ମାଣାଧିନ ଅଧା ଅଧା ନିର୍ମିତ ପୋଲ୍ ଦେଇ ଯାଉଥିବାବେଳେ ଶେଷରେ ପୋଲ ଉପରୁ ତଳକୁ ଖସି ପଡିଥିଲେ। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ କହିଛି। ଏହି ଘଟଣା ହେଉଛି ଶନିବାର ଦିନର। ପୀଡିତଙ୍କ ମଧ୍ୟରୁ ଦୁଇଜଣ ବିବେକ ଏବଂ ଅମିତ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରେଲି ଅଭିମୁଖେ ଯାଉଥିଲେ। ସେମାନେ ରାସ୍ତା ଜାଣିନଥିବାରୁ ଗୁଗୁଲ୍ ମ୍ୟାପ୍‌ ଉପରେ ନିର୍ଭର କରୁଥିଲେ। ଯେଉଁଠାରେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଏକ ଖଣ୍ଡିଆ ଫ୍ଲାଏଓଭରକୁ ନେଇଗଲା। କାରଟି ବ୍ରିଜ ଉପରେ ଯାତ୍ରା କରୁଥିବା ବେଳେ ୫୦ ଫୁଟ ଉଚ୍ଚରୁ ରାମଗଙ୍ଗା, ଏକ ଗଭୀର ନଦୀକୁ ଖସି ପଡ଼ିଥିଲା। ପରଦିନ ସକାଳେ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ କାର ଏବଂ ମୃତ ତିନି ଜଣଙ୍କୁ ପାଇଥିଲେ। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। 

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News