ଗୋଷ୍ଠୀ କୃଷି ଅଧିକାରୀଙ୍କ ଅବସର ପରେ ଭବ୍ୟ ସମ୍ବର୍ଦ୍ଧନା

ଧର୍ମଗଡ,8/1: ଜନ୍ମେଜୟ ନାଏକଙ୍କ ରିପୋର୍ଟ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧିନସ୍ଥ ଛିଲୀପା ଗ୍ରାମର ଗଜାନନ ସାହୁ ତାଙ୍କ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ ପରେ ତାଙ୍କୁ ନିଜ ଗାଁ ଲୋକେ ଭାବ୍ୟ ସ୍ବାଗତ କରି ତାଙ୍କୁ  ବାଜା ବଜାଇ ନାଚ ଗିତ ସହ ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କ ଆଦର୍ଶ, ବ୍ୟକ୍ତିତ୍ଵ, ସାଧୁତା, କାର୍ଯ୍ୟଶୈଳୀ,,ସଚ୍ଚୋଟ, ନିରପେକ୍ଷତା ସୂଚାଇ ଦିଏ କି ଅବସର କାଳୀନ ସମ୍ବର୍ଦ୍ଧନା ସତେକି ଲାଗୁଥିଲା ତାଙ୍କର ବିଜୟଯାତ୍ରା। ଶ୍ରୀ ସାହୁ ୧୫/୧୨/୧୯୬୪ ମସିହାରେ ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲପା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।  ପାଠ ପଢ଼ି ଉଚ୍ଚ ଶିକ୍ଷା ଲାଭ କରି ୨୩/୧୨/୧୯୮୬କୃଷି ବିଭାଗରେ କୃଷି ଅଧିକାରୀ ଭାବେ ଚାକିରୀ ରେ ଯୋଗଦାନ କଲେ। ଦୀର୍ଘ ବର୍ଷ ବ୍ୟବଧାନରେ ପରେ ସେ ଆଜି ୩୧/୧୨/୨୦୨୪ ମଙ୍ଗଳବାର ଦିନ ତାଙ୍କ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କର ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଧର୍ମଗଡ ବିଧାୟକ ମାନ୍ୟବର ସୁଧୀର କୁମାର ପଟଯୋଷି ଥିବାବେଳେ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, BJP ନେତ୍ରୀ ସୁକାନ୍ତି ସା ଓ ଗ୍ରାମର ପୁରୁଷ ମହିଳା ଏକତ୍ରିତ ହୋଇ ସମ୍ବର୍ଦ୍ଧନା ଜଣାଇଥିବା ସତ୍ବେ ତାଙ୍କର ଦୀର୍ଘାୟୁ କାମନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page