ଗ୍ରୀନ ଭ୍ୟାଲି ଏକାଡେମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ପାଳନ

କଳାହାଣ୍ଡି,୨୭/୧(ପ୍ୟାରିଲାଲ ଦୁର୍ଗା): କଲମପୁର ସ୍ଥିତ ଗ୍ରୀନ ଭ୍ୟାଲି ଏକାଡେମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶିବାନୀ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଜୟ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପଣ୍ଡିଗାଁ ସରପଞ୍ଚ ଶ୍ରୀମତୀ କବିତା ଜୈନ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସୁଶିଲ କୁମାର ଜୈନ,ଶିବନନ୍ଦ ସାହୁ,ମନୋଜ ଅଗ୍ରୱାଲ ଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଅଭିଭାବକ ଅଭିଭାବିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।ଏହି ବିଦ୍ୟାଳୟ ପ୍ରଗତି ପଥରେ ଅଗ୍ରଗତି ହେଉଥିବା ବେଳେ ଶିବମନ୍ଦିର କର୍ମେଲ ଡଙ୍ଗରିଗୁଡା ନିକଟରୁ ନିଜସ୍ବ ଉଦ୍ୟମରେ ନବ ନିର୍ମିତ ଜାମଯୋର ନାଲା ନିକଟକୁ ସ୍ଥାନାନ୍ତର ହେବାର ଲକ୍ଷ୍ୟ ରହିଛି ବୋଲି ପରିଚାଳନା କମିଟି ସଦସ୍ୟ ଶ୍ରୀ ଜୈନ ସୂଚନା ଦେଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page