ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ

ଚାନ୍ଦବାଲି: ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲ୍ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ ଫିଡିଙ୍ଗ୍‌ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ଏହିପରିପକ୍ଷେ ଆଜି ଚାନ୍ଦବାଲି ଏନଏସିର ବାଲିଗାଁ ଅଞ୍ଚଳରେ ମା’ କ୍ଷୀର ଶିଶୁପାଇଁ କେତେ ଆବଶ୍ଯକ ଅଟେ ସେବିଷୟରେ ବାଲିଗାଁ ଉପସ୍ବାସ୍ଥ୍ଯ କେନ୍ଦ୍ରର ଏନ୍ଏମ କର୍ମୀ ସୁଧାଶୁଂ ମଳିନି ବେହେରା ସମସ୍ତ ମା ମାନଙ୍କୁ ବୁଝାଇବାପରେପରେ ଏସଡିପିଓ ସବିତା ସେଠି ଉପସ୍ଥିତ ହୋଇ ବୁଝାଇଥିଲେ ଯେ ମା’ କ୍ଷୀର ହେଉଛି ପ୍ରକୃତିର ଏକ ବିସ୍ମୟକର ବ୍ୟବସ୍ଥା। ଶିଶୁଟିଏ ଜନ୍ମ ହେବା ମାତ୍ରେ ତା’ର ଅଭିବୃଦ୍ଧି ନିମନ୍ତେ ମା’ ସ୍ତନରୁ ଝରିଆସେ କ୍ଷୀର। ମା’ କ୍ଷୀରରେ ବିଶେଷ କରି ପ୍ରଥମ କଷ କ୍ଷୀର ବା କୋଲେଷ୍ଟ୍ରମରେ ଭରି ରହିଥାଏ ଶିଶୁ ପାଇଁ ସମସ୍ତ ପୋଷକ ତତ୍ତ୍ୱ ସାଙ୍ଗକୁ ରୋଗ ପ୍ରତିରୋଧକ ଶକ୍ତି। ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ ହୋଇଥାଏ l ମା ନିଜ ପିଲାଙ୍କ ପାଇଁ ଭଗବାନ ଙ୍କ ଦ୍ଵିତୀୟ ଅବତାର ଅଟେ l ତେଣୁ ମାର ତୁଳନା ଭଗବାନ ଙ୍କ ଛଡା ଆଉ କାହାରି ସହିତ କରାଯାଏ ନାହିଁ ବୋଲି କହିବାପରେପରେ ଆଦର୍ଶ ଅଙ୍ଗଓ୍ବାଡି କର୍ମୀ ସୁଜାତାରାଣି ବେଦ ଖୁବ ସୁନ୍ଦରଭାବେ ବୁଝାଇଥିଲେ ମା’ କ୍ଷୀରରେ ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ କାର୍ବୋହାଇଡ୍ରେଟ୍‌, କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌, ମିନେରାଲ୍ସ, ଭିଟାମିନ୍ସ ଭଳି ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଭରିରହିଛି। ଏ ସମୟରେ ପ୍ରଚୁର ପାଣି ପିଇବା ଦରକାର। ତେବେ ସାଧାରଣତଃ ସ୍ବାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଉଥିବା ଅଧିକ ଥଣ୍ଡା, ତେଲ ମାଂସ ଭୋଜନ କରିବାଆବଶ୍ଯକତା ଅଟେ ବୋଲି କହିଥିଲେ ଶେଷରେ ନୂତନକରି ବାଲିଗାଁ ଉପସ୍ବାସ୍ଥ୍ଯ କେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ହୋଇଥିବା ଗଜଗିରି ଗ୍ରାମର ଶଶିକାନ୍ତ ସାହୁଙ୍କ ଏକମାତ୍ର କନ୍ଯା ସିମାଞ୍ଜଳି ସାହୁଙ୍କ ଦ୍ବାରା ଗର୍ଭଧାରଣ ସମୟରେ କେଉଁକେଉଁ ଆସନ ପ୍ରାଣାୟମ ଅଭ୍ଯାସ କରିବା ନିତ୍ଯାନ୍ତ ଆବଶ୍ଯକତା ଯେ ଉଭୟମା ଏବଂ ଜନ୍ମହେବାକୁ ଥିବା ଶିଶୁଟିର ପାଇଁ ଲାଭଦାୟକ ସେବିଷୟରେ ଯୋଗପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା | ଶେଷରେ ଉପସ୍ଥିତ ଥିବା ସମସ୍ତମା ମାନେ ନିଜନିଜ ଶିଶୁଙ୍କୁ ମା’ କ୍ଷୀର ଦେବେ ବୋଲି ଶପଥପାଠ କରାଯାଇ କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page