ଛଞ୍ଚାଣ ବାହଲି ରେ ଅଷ୍ଟ ପ୍ରହର ନାମଯଜ୍ଞା ନିମିତ୍ତ ଶୁଭ ସ୍ତମ୍ଭ ସ୍ଥାପନ

ଚମ୍ପେଶ୍ୱର୍ ମହାଦେବ ଙ୍କ ଜାଗର ଯାତ୍ରା ଦିନ ହେବ ଅଖଣ୍ଡ ନାମଯଜ୍ଞ
କଳାହାଣ୍ଡି,୧୯।୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହଲି ଶ୍ରୀ ଚମ୍ପେଶ୍ୱର ମହାଦେବଙ୍କ ପୀଠ ସ୍ଥାନରେ ଅଖଣ୍ଡ ଅଷ୍ଟ ପ୍ରହର ନାମ ଯଜ୍ଞ ନିମିତ୍ତ ଶୁଭ ସ୍ତମ୍ଭ ସ୍ଥାପନ ସହ ଭୂମି ପୂଜା ଅନୁଷ୍ଠିତ ହୋଇ ଯାଇଛି। ।ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ, କର୍ତ୍ତା ଉପେନ୍ଦ୍ର ଭଇଁଶାଲ,ତାଙ୍କପତ୍ନୀ ସରୋଜିନୀ ପୂଜନ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଆସନ୍ତା ୨୫ ରେ କଳସ ଯାତ୍ରା,୨୬ ରେ ଅଖଣ୍ଡ ନାମଯଜ୍ଞର ଓ ୨୭ ରେ ଦାଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୂତି ସମ୍ପନ୍ନ ହେବ। ଏହି ନାମ ଯଜ୍ଞରେ ଛଅ ଗୋଟି ପ୍ରମୁଖ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି। ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ୨ ଦିନ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇ ଅଛି । ଏହି କାର୍ଯ୍ୟକ୍ରମକୁ କମିଟି ର ସଭାପତି କମଲୁ ଗୋପାଳ,ସମ୍ପାଦକ ଗୋଲାପ ଚନ୍ଦ୍ର ବାଗ, କୋଷାଧ୍ୟକ୍ଷ ସିଦ୍ଧେଶ୍ୱର ଭଇଁଶାଲ, ହୁକିମ ଚନ୍ଦ୍ରଭଇଁଶାଲ, ପୁସ୍ତମ୍ଭ ରଣା, ପରମେଶ୍ବର ହେର୍ଣା, ପବିତ୍ର କାଣ୍ଡ, ଡିଙ୍ଗର ନାଏକ, ପରମେଶ୍ବର ନାଏକ, ଉପେନ୍ଦ୍ର ନାଗ ତ୍ରିଲୋଚନ ଦାସ , ସଂଯୋଜକ ବିଜୟ ଅଗ୍ରୱାଲ ସମେତ ଛଞ୍ଚାଣ ବାହାଲି ଗ୍ରାମବାସୀ ସହଯୋଗ କରିଛନ୍ତି ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page