ଭୁବନ: ସାମାଜିକ ସଂଗଠନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବାବା ଝରଣେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫେଇ ଓ ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଛି । ଏଥିରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ବିକ୍ରମ ରଣା, ପଂଚାନନ ସେନାପତି, ଭାଗବତ ସେଠୀ, ରଂଜନ କୁମାର ସେଠୀ, ଲିଙ୍ଗରାଜ

ସେଠୀ, ଲୁଲୁ ସେଠୀ, ନୂତନ ଙ୍କ ସହ ନୂତନ ଭାବେ ଏହି ସାମାଜିକ ଅନୁଷ୍ଠାନରେ ସାମିଲ ହୋଇଥିବା ୩ଜଣ ଝିଅ ମଧ୍ୟ ଏହି ସଫେଇ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିବା ସହ ସଫେଇ କରିଥିବା ଦେଖିବାକୁ ମିଳିଛି । ଆମ ପରିବେଶ ଆମେ ସଫା ରଖିବା ଏହି ଧାରାରେ ସମସ୍ତେ ସାମିଲ ହୋଇପାରିଲେ ଗ୍ରାମ ଠାରୁ ସହର ସବୁଠି

ସଫା ରହିପାରିବ ଆଉ ପରିବେଶ ପରିସ୍କାର ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା କହିଥିଲେ । ଏହିପରି ମହତ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।