ଟିପିଗୁଡା ବ୍ଲକ ଗଠନ ପାଇଁ ଅଞ୍ଚଳବାସିଙ୍କ ପ୍ରସ୍ତୁତି ବୈଠକ

ଧର୍ମଗଡ଼, ୨୭/୧( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଧର୍ମଗଡ଼ ବ୍ଲକ ଟିପିଗୁଡା ସ୍ଥିତ ରାଜୀବ ଗାନ୍ଧୀ ସଭାକେନ୍ଦ୍ର ପରିସରରେ ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗାଁ ଗୌନ୍ତିଆ ବନ୍ଦକୁମର ନାଏକଙ୍କ ସଭାପତିତ୍ୱରେ ହୋଇଥିବା ପ୍ରସ୍ତୁତି ବୈଠକରେ ଟିପିଗୁଡା ପଞ୍ଚାୟତ ସମେତ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ସମାଜସେବୀ, ଯୁବକ ସଙ୍ଘର କର୍ମ୍ମୀ, ଶିକ୍ଷାବିତ, ବୁଦ୍ଧିଜୀବୀ ସମେତ ଶତାଧିକ ଲୋକେ ସାମିଲ ଥିଲେ l ଆଗାମୀ ଦିନରେ ଖୁବକମ ସମୟ ମଧ୍ୟରେ ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ତ ହେବାସହ ସରକାରଙ୍କ ଠାରେ ଦାବୀ ଉପସ୍ଥାପନା କରାଯିବ ବୋଲି ମତ ପ୍ରକାଶ ପାଇଥିଲା l ଏ ଅବସରରେ ଆଗାମୀ କାର୍ଯ୍ୟପନ୍ଥା ପାଇଁ ସର୍ବ ସମ୍ମତିରେ ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା l ସନ୍ତୋଷ ଭୋଇ ସଭାପତି, ଡୁମେରଗୁଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁରେଶ ଭୈସାଲ ଓ ଶିକ୍ଷାବିତ ଚୈତନ୍ୟ ନାଏକ ଉପସଭାପତି, ସମ୍ପାଦକ ଟିକେରାମ ସାହୁ, ସହ ସମ୍ପାଦକ ମଙ୍ଗନିଆ ଦୁର୍ଗା ଓ ବିଶ୍ୱମ୍ବର ନାଏକ, ଯୁଗ୍ମ ସମ୍ପାଦକ ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା ଓ କୋଷାଧକ୍ଷ ଈଶ୍ୱରୀ ବଞ୍ଜରାଙ୍କୁ ମନୋନୀତ କରାଯିବା ସହିତ ୨୦ ଜଣଙ୍କୁ କାର୍ଯ୍ୟକାରୀ କମିଟିରେ ରଖାଯାଇଥିଲା l ସାମ୍ବାଦିକ କୃଷ୍ଣଦାସ ନାଏକ ସଭା ପରିଚାଳନା କରିଥବାବେଳ ତେଜନ କୁମାର ଦୁର୍ଗା ଧନ୍ୟବାଦ ଅଭିବାଦନ ପ୍ରଦାନ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page