ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ -୨୦୨୬ ଅନୁଷ୍ଠିତ


ବାଲିଅନ୍ତା,୧୫|୩):ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାର୍କଫେଡର ସଭାପତି କବିତା ମଞ୍ଜରୀ ପରିଡ଼ା, ଆବାହକ ଚଳଚିତ୍ର ସଂଳାପ ଲେଖକ ଡ଼. ରଜନୀ ରଞ୍ଜନ ଦାଶ , ସମ୍ମାନୀତ ଅତିଥି ଭାବେ ସ୍ତମ୍ଭକାର ଶୁତୁ କ୍ରିତୀ ତ୍ରିପାଠୀ, ନାଟ୍ୟକାର ମନୋଜ ପଟ୍ଟନାୟକ ଓ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ଯୁବ ସମାଜସେଵୀ ରଞ୍ଜନ କୁମାର ମହାପାତ୍ର ଯୋଗଦେଇ ସାହିତ୍ୟ ହେଉଛି ସୃଜନଶିଳତାର ଏକ ଅଭିଛେଦ୍ୟ ଅଙ୍ଗ l ସାହିତ୍ୟ ନିଜ ଅଞ୍ଚଳର ପରିଚୟ ପ୍ରତିପାଦନ କରିବାରେ ସହାୟକ ହୋଇଥାଏ l

ସାହିତ୍ୟ ବଞ୍ଚିଲେ ରାଜ୍ୟ ଓ ଦେଶ ବଞ୍ଚିବ l ସାହିତ୍ୟକୁ ଉଜ୍ଜୀବିତ କରିବାପାଇଁ ଆଜିର ଯୁବ ସମାଜ ଆଗେଇ ଆସିବା ଆବଶ୍ୟକ ବୋଲି ନିମନ୍ତ୍ରୀତ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏହି ପରିପ୍ରେକ୍ଷୀରେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଶିଷ୍ଟ କବି ଓ ସାହିତ୍ୟିକ ନିଜର କବିତା ପଠନ କରିଥିଲେ l ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ ଶିଶୁ ସହ୍ୟିତିକ ବଙ୍କିମ ନାୟକ, କବି ରକ୍ଷକ ନାୟକ, ଓଡ଼ିଆ ଭାଷା ଗବେଷିକା ଡ ପ୍ରମୋଦିନୀ ଜେନା, କୁଶବନ ପତ୍ରିକାରେ ସମ୍ପାଦକ ସରୋଜ ଭୋଇ, କବି ବନ୍ଦନା ହରିଚନ୍ଦନ ୬ ଜଣକୁ “ସାରସ୍ୱତ ସ୍ରଷ୍ଟା ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କବି କମଳିନୀ ମଲ୍ଲିକ ଓ ପ୍ରତିମା ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟତମ ଟ୍ରଷ୍ଟି ଶ୍ରୀକୁମାର ଆଶୁତୋଷ ଭୋଇ ଓ ସୁରେଶ ବେହେରା, ଉମାକାନ୍ତ ବେହେରା ଓ ସୁବାଷ ଦାସ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଶୁତୋଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page