ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବାହୁଡ଼ାଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦିଲ୍ଲୀ ପବ୍ଲିକ୍ ସ୍କୁଲର ଶ୍ରେଣୀର୩ ର ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଭକ୍ତିଭାବରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଓ ବାହୁଡ଼ାଯାତ୍ରା ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ହସ୍ତରେ କାଗଜ ଓ ରଙ୍ଗିନ କାଗଜରେ ଛୋଟ ରଥ ତିଆରି କରି ଏକ ସୁନ୍ଦର ରଥ କରିଥିଲେ। ତାଙ୍କର ଅନ୍ତଃକରଣରୁ ଜୟ ଜଗନ୍ନାଥ ଧ୍ୱନୀ ବିକାଶ ପାଇଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଏହି ପବିତ୍ର ତିଥିର ଐତିହ୍ୟ , ତାହାର ଧାର୍ମିକ ଓ ସାଂସ୍କୃତିକ ମହତ୍ୱ ବୁଝେଇଥିଲେ। ରଥ ତିଆରି, ଭକ୍ତି ଗୀତ, ଚିତ୍ରାଙ୍କନ ଓ ପ୍ରସାଦ ବଂଟନ ମାଧ୍ୟମରେ ସଂପୂର୍ଣ୍ଣ ପରିବେଶ ଧାର୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବାହୁଡ଼ା ଯାତ୍ରା ଦିନ ମଧ୍ୟ ଛାତ୍ରଛାତ୍ରୀମାନେ ଚତୁର୍ଦ୍ଧାମୂର୍ତିଙ୍କ ମୂଳ ମନ୍ଦିରକୁ ବାହୁଡ଼ା ଯାତ୍ରା ଉତ୍ସବ ଅବସରରେ ସ୍କୁଲ୍‌ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ପବିତ୍ର ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଅବସରରେ ଛାତ୍ରଛାତ୍ରୀମାନେ ନିଜର ସଂସ୍କୃତି ଓ ପରମ୍ପରା ଉପରେ ବହୁକିଛି ଶିଖିବାକୁ ପାଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page