ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଜଗନ୍ନାଥ ନଗରସ୍ଥିତ ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଲକ୍ଷ୍ମୀସାଗର ମେଳଣ ପଡିଆଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ, ଭାଷାପ୍ରାଣ, ସମାଜସେବୀ ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ପୁଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଓଡିଶା ନାଗରିକ ମହାମଞ୍ଚର ଉପସଭାପତି ସମାଜସେବୀ ଡ଼ ପ୍ରଦୀପ କୁମାର ବିଶ୍ୱାଳ, ଶେଷଦେବ ବଳିୟାର ସିଂ ଯୋଗଦାନ କରି ଉକ୍ତ ଅନୁଷ୍ଠାନର ଶିକ୍ଷାଦାନ ବ୍ୟବସ୍ଥା, ପୂଜ୍ୟପୂଜାକୁ ପ୍ରାଧାନ୍ୟ ଦେବା, ଗରିବ ବିଦ୍ୟାର୍ଥୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଉତ୍ତମମାନର ଶିକ୍ଷା ପ୍ରଦାନ କରିବା, ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ସହିତ ବିଭିନ୍ନ ବୌଦ୍ଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ I କାଳୀ ବାବୁ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ମତବ୍ୟକ୍ତ କରାଯାଇଥିଲା.ଡ଼ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରିଥିଲେ ଯେ ବିଦ୍ୟାର୍ଥୀ ମାନେ ପିତା, ମାତାଙ୍କ ସହିତ ଗୁରୁଙ୍କୁ ଯଥାମାନ୍ୟ କରି ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ.ସଭାପତି ଶିକ୍ଷାବିତ ସୀତା ବଲ୍ଳଭ ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ଅଭିଷେକ ମହାନ୍ତି ସଂଯୋଜନା କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ଅତିଥି ମାନେ ପୁରସ୍କୃତ କରିଥିଲେ I ପ୍ରାରମ୍ଭରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା I କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସ୍ମରଣିକା ମଲ୍ଲିକ, ଗୀତାରାଣୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟକ୍ଷ ଶିବାନନ୍ଦ ପଟନାୟକ. ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News