ଭୁବନେଶ୍ୱର ତା 28/02/25: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଧାରା ଶ୍ରୀରାଧା ଟ୍ରଷ୍ଟ ଓ ମୁଦ୍ରଣ ସଂସ୍ଥା “ଧାରା ଶ୍ରୀରାଧା “ପକ୍ଷରୁ ବସନ୍ତ ଉତ୍ସବ -2025 ଉଦଯାପନୀ ହୋଇ ଯାଇଛି lପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ କରାଯିବା ସହିତ ଶରୀର ଓ ମନର ସୁସ୍ଥତା ପାଇଁ ଏହା ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି କୁହାଯାଇଥିଲା l ତତ୍ପରେ ଗୁରୁଶ୍ରୀ ପିତାମ୍ବର ବିଶ୍ୱାଳ, ଗୁରୁ ନିରଞ୍ଜନ ରାଉତ, ଗୁରୁ ପ୍ରଭାତ ସ୍ୱାଇଁ ଓ ସନାତନ ନାୟକଙ୍କ

ସଂଯୋଜନାରେ ଓଡିଶୀ ସଂଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା l ଅନୁଷ୍ଠାନର ଚେୟାରମ୍ୟାନ ଅମରେନ୍ଦ୍ର ମହାପାତ୍ର ଓ କାର୍ଯ୍ୟକାରି ସଭାପତି ସହଦେଵ ଜୟସିଂ ଙ୍କ ପୌରାହିତ୍ୟ ରେ ଉଦଘାଟକ ଭାବେସାହିତ୍ୟିକ ଡ଼ ଇନ୍ଦ୍ରମଣୀ ଜେନା, ମୁଖ୍ୟ ଅତିଥି ଭାବେ ଯନ୍ତ୍ରୀ ପ୍ରଭାତ ରଞ୍ଜନ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଡ଼ ନିରଞ୍ଜନ ସାହୁ,ସମ୍ମାନିତ ଅତିଥି ଭାବେ ଭାଷାପ୍ରାଣ ବୈରାଗୀ ଚରଣ ନାୟକ, ଯନ୍ତ୍ରୀ ଶିଶିର କୁମାର ନାୟକ, ପ୍ରତାପ ଚନ୍ଦ୍ର ରାଉତ, ଡ଼ ବିଜୁନି ଚରଣ ସୁତାର ଯୋଗଦେଇ ଏହିପରି ଅନୁଷ୍ଠାନ ମାଧ୍ୟମରେ ଆଜିର ଯୁବ ପୀଢ଼ିଙ୍କୁ ନୂତନ ବାର୍ତ୍ତା, ଜ୍ଞାନ ତଥା ଆମ ମହାନ ପରମ୍ପରା କୁ ଆଗେଇ ନେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଉତ୍କଳର ଐତିହ୍ୟ, ଗୌରବ ତଥା ମହାନ ବୀର ଙ୍କ ଗାଥା ସାରା ବିଶ୍ୱ କୁ ନୂତନ ଦିଗଦର୍ଶନ ଦେବା ସହିତ ଏହାକୁ ଅଖୁର୍ଣ୍ଣ ରଖିବା ଆବଶ୍ୟକ ବୋଲି ଡ଼ ଜେନା କହିଥିଲେ l କପିଳେନ୍ଦ୍ର ଦେବ ଙ୍କ ପରି ସାହସୀ, ବୀର ସମ୍ରାଟ ଆଜି ଆମର ଆବଶ୍ୟକ l ମୁଖ୍ୟବକ୍ତା ଡ଼ ସାହୁ ମତବ୍ୟକ୍ତ କରିଥିଲେ ଯେ ବସନ୍ତ ର ମହାତ୍ମ ସମ୍ପର୍କ ରେ ଆଲୋକପାତ କରିବା ସହ ମନୁଷ୍ୟ ଶ୍ରେଷ୍ଠ ପ୍ରାଣୀ ତାହାର ବୁଦ୍ଧି, ବିଦ୍ୟା ସହିତ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସନ୍ତୁ ବୋଲି କହିଥିଲେ l ସାମ୍ବାଦିକତା ଓ ପୂଜ୍ୟପୂଜା ପାଇଁ ଅରବିନ୍ଦ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା l ଶେଷରେ ଦୁର୍ଗା ଚରଣ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ସ୍ୱ ରଚିତ “କାବ୍ୟ କଲୋଳିନୀ “ଲୋକାର୍ପିତ ହୋଇଥିଲା l