ନିର୍ବାଚନ ଲଢିପାରିବେନି ମୋକିମ, ନିର୍ବାଚନକୁ ଓହ୍ଲାଇଲେ ଝିଅ!

କଟକ: ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। ଏପଟରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦଣ୍ଡାଦେଶ ଉପରେ ରହିତାଦେଶ ଲାଗି ମୋକିମ ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ଏହା ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଫଇସଲା ପର୍ୟ୍ୟନ୍ତ ଦଣ୍ଡାଦେଶକୁ ହଟା ଯାଇପାରିବ ନାହିଁ । ଯାହା ଯୋଗୁ ନିର୍ବାଚନ ପ୍ରାର୍ଥୀ ଉପରେ ମୋକିମଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବାରୁ ମୋକିମଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି । ତେବେ ବର୍ତ୍ତମାନ ସେ ଆଉ ୩ବର୍ଷ ଯାଏଁ ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ କୁହାଯାଉଛି ତାଙ୍କ ବଦଳରେ କଂଗ୍ରେସ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ଟିକେଟ୍‌ ଦେବା ନେଇ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ହେଉଛି କି କଂଗ୍ରେସ ମୋକିମଙ୍କ ପରିବେର୍ତ୍ତେ ତାଙ୍କ ଝିଅ ସୋଫିଆ ଫିରଦୋସ ମଇଦାନକୁ ଓହ୍ଲାଇବା ପାରନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page