ପଞ୍ଚସଖା ସାହିତ୍ୟ ଓ ଶ୍ରୀ ଜଗନ୍ନାଥଙ୍କ ଉପରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ଚିଲିକା: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା ପୁରୀ ଆନୁକୂଲ୍ୟରେ ବିଷ୍ଣୁଡ଼ିହ ପୂର୍ଣ୍ଣାନନ୍ଦ ସାରସ୍ୱତ ପାଠଗାର ପରିସରରେ ପଞ୍ଚସଖା ସାହିତ୍ୟରେ ଶ୍ରୀଜଗନ୍ନାଥ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଟ୍ରଷ୍ଟର ସମ୍ପାଦକ ଲଷ୍ମୀ ନାରାୟଣ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ମୁଖ୍ୟବକ୍ତା ଭାବେ ମୀନକେତନ ଦାସ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଦଳାଇ, ଐତିହାସିକ ମଦନ ମୋହନ ମହାପାତ୍ର, ପାଠାଗାରର ସଂଗ୍ରାହକ ଗବେଷକ ଗୋକୁଳାନନ୍ଦ ଦାସ, ପ୍ରାଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ ପ୍ରମୁଖ ମଂଚାସୀନ ଥିଲେ ।ପ୍ରାରମ୍ଭରେ ସର୍ବେଶ୍ୱର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମଦନ ମୋହନ ମହାପାତ୍ର ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ।ବକ୍ତାମାନେ କହିଥିଲେ, ଷୋଡଶ ଶତାବ୍ଦୀ ପ୍ରାରମ୍ଭରେ ପଞ୍ଚଶାଖା ରୂପେ ପରିଚିତ ବଳରାମ, ଜଗନ୍ନାଥ, ଅଚ୍ୟୁତ, ଯଶୋବନ୍ତ, ଅନନ୍ତଙ୍କ ସାହିତ୍ୟ କୃତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜ୍ଞାନମିଶା ଭକ୍ତିର ପ୍ରାଧ୍ୟାନ୍ୟ ପ୍ରକଟ ହୋଇଛି। ତେଣୁ ଏହି ଆଧ୍ୟାତ୍ମିକ ସାହିତ୍ୟ କୃତିଟି ଜ୍ଞାନମିଶା ଭକ୍ତିର ମାର୍ଗ ଅଟେ। ସପ୍ତାଙ୍ଗ ଯୋଗାସାଧନା ସହ ଓଡ଼ିଆ ଭାଷାତତ୍ୱ ଓ ଧ୍ୱନି ବିଦ୍ୟାର ମୌଳିକ ସ୍ୱରୂପ ଷଡଚକ୍ର ସାଧନା ପଦ୍ଧତିରେ ମୂଳଧାର ସ୍ୱାଧୀଷ୍ଠାନ ମଣିପୁର ହୃଦୟ କଣ୍ଠ ଓ ଆଜ୍ଞ୍ୟାଚକ୍ର ସହସ୍ରର ଚକ୍ରରେ ଆତ୍ମା ପରମାତ୍ମାର ମିଳନକୁ ନିତ୍ୟ ରାସ କୁହାଯାଇଛି । ଏହି ଅବସରରେ ଗୋକୁଳା ନନ୍ଦ ଦାସଙ୍କୁ ମହର୍ଷି ବାଲ୍ମୀକି ସାରସ୍ୱତ ସମ୍ମାନରେ ସମ୍ମାନିତ କରିଥିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ। ମୀନକେତନ ଦାସ, ପ୍ରତିଭା ଦାଶ, ଡ଼ଃ ସସ୍ମିତା ମିଶ୍ରଙ୍କୁ ଯଥାକ୍ରମେ ଆଦିକବି ସାରଳା ଦାସ ଓ କୁନ୍ତଳା କୁମାରୀ ସାରସ୍ୱତ ସମ୍ମାନ ପ୍ରଦାନ କରିଥିଲେ ଆଲୋଚନା ଚକ୍ରରେ ଡ଼ଃ ସସ୍ମିତା ମିଶ୍ର, ପ୍ରତିଭା ଦାଶ, ଲଷ୍ମୀଧର ପ୍ରଧାନ, ଗୋପୀନାଥ ଦାସ, ଭିକାରି ଚରଣ ପ୍ରଧାନ, ସ୍ମୃତି ପଟ୍ଟନାୟକ, ଅଶୋକ ପାଇକରାୟ, ବିଶ୍ୱମ୍ବର ବିଶ୍ୱାଳ ଓ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ପରିଶେଷରେ ଗୋକୁଳାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page