କଳାହାଣ୍ଡି, ୨୫|,୨(ଉତ୍କଳ ବୁଲେଟିନ): କଲହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ଘୁମେର ଗ୍ରାମ ପଞ୍ଚାୟତର ଏମ ବି କେ ଙ୍କ ବିରୋଧରେ ସଂଘୀନ ଅଭିଯୋଗ, ବଡ଼ଘୁମେର ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ଉପଜିଲ୍ଲାପାଳ, ଗୋଷ୍ଠି ଉନ୍ନୟନ ଅଧିକାରୀ,ସିଡ଼ିପିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାମତେ ଜିପିଏଲଫ ଅଧିବେଶନ ରେ ଜିପିଏଲଫର ସଭାପତି ରିତାଞ୍ଜଳି ଗୋପାଳ ଓ ସଂପାଦିକା ତପସ୍ୱିନୀ ମାଝୀ ଓ ଇଶି ମାନଙ୍କ ଦସ୍ତଖତ ଜାଲିଆତି କରିବା ଏବଂ ବିନା କାରଣରେ

ଗାଳିଗୁଲଜ କରିବା । ଭୁଲ ତଥ୍ୟ ମିଶନ ଶକ୍ତିକୁ ପ୍ରଦାନ କରିବା ନେଇ ବଡ଼ଘୁମେର ଗ୍ରାମ ପଞ୍ଚାୟତ ମହିଳା ସଂଘ ଏମବିକେ ମାଧବୀ ସୁନାନୀଙ୍କ ନାମରେ ସମସ୍ତ ଜିଏଲଫ ଲିଖିତ ଅଭିଯୋଗ କରିଥିଲେ । ଯେକୌଣସି ବିକାଶ ମୂଳକ କାମରେ ସମସ୍ତ ତଥ୍ୟ ଓ ଆବଶ୍ୟକ ବିଷୟ ବସ୍ତୁକୁ ସଠିକ ସମୟରେ ସିଆରପି କିମ୍ବା ଜିପିଏଲଫ ବୈଠକରେ ସଠିକ ଭାବରେ କହୁ ନ ଥିବା ଯୋଗୁ ଅନେକ ଅସୁବିଧାର ସମ୍ମୁଖୀନ ସିଆରପି ମାନେ ହେଉଥିବା ସଂଘ କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।ତେଣୁ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ବଡ଼ଘୁମେର ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ସଂଘ ସଭାନେତ୍ରୀ ରିତାଞ୍ଜଳୀ ଗୋପାଳ, ସଂପାଦିକା ତପସ୍ୱିନୀ ମାଝୀ ଗତ ୯ ଫେବୃୟାରୀ ୨୦୨୫ ପ୍ରସ୍ତାବ ଅନୁସାରେ ବଡ଼ଘୁମେର ଜିପିଏଲଫ ରୁ କାର୍ଯ୍ୟରତ ଏମବିକେ ମାଧବୀ ସୁନାନୀଙ୍କୁ ତାଙ୍କ ପଦବୀରୁ ଗତ ୧୯ ଫେବୃୟାରୀ ୨୦୨୫ ରେବହିଷ୍କୃତ କରି ଧର୍ମଗଡ଼ ଉପଜିଲ୍ଲାପାଳ, ବିଡ଼ିଓ, ସିଡିପିଓ, ଡି.ଏମ.ଏମ.ୟୁ, ବିପିଏମ, ଶକ୍ତିରୂପା ବ୍ଲକ ସ୍ତରୀୟ ସଂଘ ଙ୍କୁ ଜଣାଇ ଥିବା ପ୍ରକାଶ କରିଛନ୍ତି ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )