ପଞ୍ଜୀଆ ଗ୍ରାମରେ ରେ ମହାଲକ୍ଷ୍ମୀ ପୁଜା ପାଳିତ

ଧର୍ମଗଡ଼: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ  ଗ୍ରାମପଂଚାୟତ ପଞ୍ଜିଆ ଗ୍ରାମ ଠାରେ ଛବିଶତମ ମା’ ମହାଲକ୍ଷ୍ମୀଙ୍କ ପୂଜା ଚଳିତ ମାସ ୯ ତାରିଖ ସୋମବାର ଠାରୁ ୧୨ ତାରିଖ ଗୁରୁବାର ପର୍ଯ୍ୟନ୍ତ  ମହାସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ ପୂଜାରେ ପୂଜକ ଭାବେ ଦିଲ୍ଲୀପ ଦାସ ନିୟୋଜିତ ଥିବାବେଳେ ପୂଜା କର୍ତ୍ତା ଡିଙ୍ଗର ମାଝୀ  ଓ ତାଙ୍କ ସହଧର୍ମିଣୀ କୁନ୍ତୀ ମାଝୀ ମାଆଙ୍କ ସେବା ପାଇଁ ଦାୟିତ୍ଵ ବହନ କରିଛନ୍ତି।  ୯ ତାରିଖ ସୋମବାର ଅପରାହ୍ନ ଘ,୨,୩୦ ସମୟରେ କଳସଯାତ୍ରା ଓ ଅଧିବାସ, ମଙ୍ଗଳବାର ସକାଳ ଘ ୮ ପୂଜାରମ୍ଭ, ବୁଧବାର ପୁଜା ଅବ୍ୟାହତ  ସହ ରାତ୍ରୀକାଳୀନ ମନୋରଞ୍ଜନ ପାଇଁ ଲକ୍ଷ୍ମୀ ସୁଆଙ୍ଗ ନାଟକ ପରିବେଷଣ କରାଯାଇଥିବା ବେଳେ ଗୁରୁବାର ପୁଜା ଅବ୍ୟାହତ ସହ ପ୍ରବଚିକା ଓ ଗାୟିକା ପ୍ରତିମା ସାହୁଙ୍କ ଶ୍ରୀ ଶ୍ରୀ ଦୁର୍ଗାମାଧବ ଭଜନ ସନ୍ଧ୍ୟା ଓ ରାମ କଥାମୃତ ଅନୁଷ୍ଠିତ ହୋଇଥିଲା। ରିତି ନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା ସମାପନ ହୋଇଥିଲା। ପୁଜା ସଭାପତି ଘାସିରାମ ମାଝୀ, ଉପସଭାପତି ୠଷିମଣି ମାଝୀ, ସମ୍ପାଦକ ଲକ୍ଷ୍ମୀକାନ୍ତ ମାଝୀ ଓ କୋଷାଧ୍ୟକ୍ଷ କେଶରୀ ମାଝୀ ସହଯୋଗ କରିଥିଲେ। ଉକ୍ତ ପୁଜାକୁ ଦର୍ଶନ କରିବା ସହିତ ମାଆ ଙ୍କ ଆଶୀର୍ବାଦ ପାଇଁ ଗାଁ ତଥା ବାହାରୁ ଭକ୍ତ ମାନଙ୍କ ଭିଡ ଲାଗି ରହିଥିଲା। ଧର୍ମଗଡ଼ ଉପଖଣ୍ଡ ରୁ ଜନ୍ମେଜୟ ନାଏକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page