ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର

ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ ଆରମ୍ଭ ହୋଇ ଏହି ଶିବିର ଦଶ ଦିନ ଧରି ଚାଲିଥିଲା । କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଚନ୍ଦ୍ରଧ୍ଵଜ ନନ୍ଦ ଉଦଘାଟନ କରିଥିଲେ । ଜାତୀୟସ୍ତରୀୟ କରାଟେ କୋଚ ଉମାକାନ୍ତ ବେହେରା ଓ ସ୍ବେଦେସିନା ଶୁଭଦର୍ଶିନୀ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା ପ୍ରଣାଳୀ ବିଷୟରେ ଶିକ୍ଷା ଦେଇଥିଲେ। କଲେଜ ର ଆତ୍ମରକ୍ଷା ସଂଯୋଜିକା ଅଧ୍ୟାପିକା ରଂଜିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିର ରେ ହଠାତ୍ ବିପଦ ସମୟରେ ଛାତ୍ରୀମାନେ କିପରି ସାହସ ଓ ସଚେତନତା ସହ ନିଜକୁ ସୁରକ୍ଷିତ ରକ୍ଷା କରି ପାରିବେ ସେଥିପାଇଁ ପ୍ରଶିକ୍ଷଣ ଦିଆ ଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page