ପ୍ରାଇଭେଟ୍ ହୋମିଓପାଥିକ ପ୍ରାକ୍ଟିସନର ଆସୋସିଏସନର ୧୦ ତମ ସମ୍ମିଳନୀ

ଭୁବନେଶ୍ୱର : ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ ସମ୍ମିଳନୀ କକ୍ଷରେ ସଂଘର ସଭାପତି ଡ. ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ବରେ ୧୦ ତମ ବାର୍ଷିକ ସମ୍ମିଳନୀ ଓ ସର୍ବ ପୁରାତନ ହୋମିଓପାଥି ଚିକିତ୍ସାର ଜନକ ଡାକ୍ତର ହ୍ୟାନିମାନଙ୍କ ୨୭୧ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ଯୋଗଦେଇଥିବା ବେଳେ,ମୁଖ୍ୟବକ୍ତା ଭାବେ ଡ଼ଃ ଅଭିନ ଚନ୍ଦ୍ର ହୋମିଓପାଥିକ କଲେଜ ଓ ଚିକିତ୍ସାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ସୁଧାଂଶୁ ଶେଖର ସିଂ ଓ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହୋମିଓପାଥିକ ଜନକ ହ୍ୟାନିମାନଙ୍କ ବିଷୟରେ ଅତିଥି ମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମର ମୂଖ୍ୟ ଆଭିମୁଖ୍ୟ ହେଲା ଓଡ଼ିଶାର ଗ୍ରାମାଞ୍ଚଳରେ କାର୍ଯ୍ୟରତ ହୋମିଓପାଥିକ ପ୍ରାକ୍ଟିସନରମାନଙ୍କୁ ୧୯୫୬ ହୋମିଓପାଥିକ ଆକ୍ଟ ଧାରା ୨୧(୪) ଅନୁଯାୟୀ ପୂର୍ବ ସରକାରଙ୍କ ଦ୍ଵାରା ପଞ୍ଜୀକୃତ କରାଯାଇ ଲିଷ୍ଟେଡେ ମାନ୍ୟତା ପ୍ରଦାନ କରାଯାଇ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲେ କିନ୍ତୁ ୧୯୯୪ ମସିହାରେ ଏହି ଆକ୍ଟ ସଂଶୋଧନ କରାଯାଇ ଲିଷ୍ଟେଡେ ମାନ୍ୟତା କରାଯାଉନାହିଁ । ଏହି ପ୍ରକ୍ରୀୟା ଅନ୍ୟ ରାଜ୍ୟରେ ପ୍ରଚଳିତ ଥିବାବେଳେ ଆମ ରାଜ୍ୟରେ ଯାହା ୨୦୧୪ ମସିହାରେ ହୋମିଓପାଥିକ ବୋର୍ଡ ଖବର କାଗଜ ବିଜ୍ଞପ୍ତି ମାଧ୍ୟମରେ ନିଷେଧ ଘୋଷଣା କରାଯାଇଛି । ଫଳରେ ସେବା କର୍ଯ୍ୟରେ ନିୟୋଜିତ ଚିକିତ୍ସକମାନେ ସେମାନଙ୍କର ଜୀବିକା ହରାଇବା ହେତୁ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇପଡ଼ିଛି । ଏ ଦିଗରେ ପୂର୍ବ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସଂଘର ନ୍ୟାର୍ଯ୍ୟଦାବି ପ୍ରତି ବୈମାତୃକ ମନଭାବ ଯୋଗୁଁ ହୋମିପାଥିକ୍ ଚିକିତ୍ସା ଉପରୁ ସାଧାରଣ ଲୋକଙ୍କ ଭରସା ଶୂନ୍ୟ ହୋଇପଡିବା ଦେଖିବାକୁ ମିଳିଛି। ସେବା ବୃତ୍ତିରେ ଥିବା ହଜାର ହଜାର ହୋମିଓପାଥିକ ଚିକିତ୍ସକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବ ପ୍ରଚଳିତ ତାଲିକାକୁ ପୁନଃ ପ୍ରଚଳନ କରିବା ସହ ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ସଙ୍ଘ ପକ୍ଷରୁ ରାଜ୍ୟର ନୂତନ ଜନମଙ୍ଗଳ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି l ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବିଶେଷ କରି ମା’ ଭୁଆସୁଣୀ ଅନୁଷ୍ଠାନର କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page