କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ
କଳାହାଣ୍ଡି,୨୯|୩ (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ- ବୋଡେ଼ନ ଯିବା ରାସ୍ତା ବିଅରବାର ନିକଟରେ ହାଇୱା ଟ୍ରକ ଜଣେ ବୁଲାବେପାରୀ ବାଇକ ଆରୋହୀ କୁ ଚାପି ଦେବାରୁ ଘଟଣା ଜାଗାରେ ହିଁ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ମଧ୍ୟପ୍ରଦେଶ ରାଜ୍ୟ ରତନଗଡ଼ ଥାନା ଡିକେନ ଗାଁ ର ରାହୁଲ ମେଘୱାଲା | ସେ ଜଣେ ବୁଲାବେପାରୀ ଅଟନ୍ତି। ସୂଚନା ଥାଉ କି ରାହୁଲ ଆଜି (ରବିବାର) ଭୋର ସକାଳ ୫ ଟା ରେ ନିଜ ଏମପି ୪୪ ଏମଏଚ 0୯୧୮ ନମ୍ବର ବିଶିଷ୍ଟ ବାଇକ ଯୋଗେ ନିଜ ଭଡ଼ାଘରୁ ବ୍ୟବସାୟ ପାଇଁ ବାହାରିଥିବା ବେଳେ ଓଡି0୮ ଯେ 0୭୧୨ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଆସି ଚାପି ଦେଇ ଦୁର୍ଘଟଣା ଘଟାଇବା ସହ ବାଇକ ଚାଳକକୁ ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ହାଇୱା ଗାଡି ଟି ଘୋଷାଡ଼ି ନେଇଥିଲା।ରାସ୍ତା ଉପରେ ମୃତ ବ୍ୟକ୍ତି ର ରକ୍ତ ଛିଟିକା ମାରି ଥିବା ଦୃଶ୍ୟ ଭାରି ଦୁଃଖ ଦାୟକ ଥିଲା | ଗାଡି ମାଲିକ ଧର୍ମଗଡର ଜଣେ ବାଳି ମାଫିଆ ଠିକାଦାର ହୋଇଥିବା ଜଣାଯାଇଛି। କ୍ଷତିପୂରଣ ଦାବିରେ ରାଜସ୍ଥାନର (ମୃତ ବ୍ୟକ୍ତିର ପରିବାର)ବୁଲାବେପାରୀମାନେ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ଶବ ରଖି କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି।ଖବର ପାଇ ଧର୍ମଗଡ ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ମୃତ ବ୍ୟକ୍ତିର ପରିବାରଙ୍କୁ ବୁଝା ସୁଝା କରୁଥିବା ଦେଖା ଦେଇଛି | ଖବର ଲେଖା ଯାଏ ଗାଡି ମାଲିକ ଘଟଣା ସ୍ଥଳରେ ପହଂଚି ନ ଥିବା ବେଳେ ରାସ୍ତା ରୋକ ମଧ୍ୟ ଜାରି ରହିଥିବା ଜଣା ପଡିଛି |
ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ
